ଖଣ୍ଡପଡ଼ା: ରାତିରେ ପରିବାର ଲୋକଙ୍କ ସହ ଖାଇପିଇ ବୃଦ୍ଧା ଶୋଇବାକୁ ଗଲେ। ତେବେ ରାତିର ନିଦ ବୋଧେ ଚିରନିଦ୍ରା ହେବ ଏହା ବିଧି ନିର୍ଦ୍ଦେଶ ଥିଲା। ଖଣ୍ଡପଡ଼ା ବ୍ଲକ୍ କିଆଝର ଗ୍ରାମର ହୀରା ନାଏକ (୭୫)ଙ୍କ ଶୋଇଥିବା ଅବସ୍ଥାରେ ଜିଅନ୍ତା ଜଳିଯିବା ଯୋଗୁ ମୃତ୍ୟୁ ଘଟିଛି। ପରିବାରସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମୃତ ହୀରା ସ୍ୱାଭାବିକ ଭାବେ ଜୀବନଯାପନ କରୁଥିବା ବେଳେ ସବୁଦିନ ଭଳି ଖାଇସାରି ଶୋଇବାକୁ ଯାଇଥିଲେ। ରାତି ପ୍ରାୟ ୧୨ ଟାରେ ହୀରା ଶୋଇଥିବା ଚାଳଛପର ଘରେ ନିଆଁ ଲାଗିଯାଇଥିଲା। ନିଆଁ ଦାଉରୁ ବର୍ତ୍ତିପାରିନଥିଲେ ହୀରା। ଫଳରେ ଜିଅନ୍ତା ଜଳିଯିବା ସହ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ପରିବାର ଲୋକେ ଖଣ୍ଡପଡ଼ା ଅଗ୍ନିଶମ ବିଭାଗକୁ ଖବର ଦେଇଥିବା ବେଳେ ସେମାନେ ପହଞ୍ଚିବାବେଳକୁ ସବୁ ଶେଷ ହୋଇଯାଇଥିଲା। ଅଗ୍ନିକାଣ୍ଡରେ ୨ ବଖରା ଘର ସହ ହୀରା ଜଳିଯାଇଥିଲେ।
ଶୋଇଥିବା ବେଳେ ଜିଅନ୍ତା ଜଳିଗଲେ
ରାତିରେ ପରିବାର ଲୋକଙ୍କ ସହ ଖାଇପିଇ ବୃଦ୍ଧା ଶୋଇବାକୁ ଗଲେ। ତେବେ ରାତିର ନିଦ ବୋଧେ ଚିରନିଦ୍ରା ହେବ ଏହା ବିଧି ନିର୍ଦ୍ଦେଶ ଥିଲା। ଖଣ୍ଡପଡ଼ା ବ୍ଲକ୍ କିଆଝର ଗ୍ରାମର ହୀରା ନାଏକ (୭୫)ଙ୍କ ଶୋଇଥିବା ଅବସ୍ଥାରେ ଜିଅନ୍ତା ଜଳିଯିବା ଯୋଗୁ ମୃତ୍ୟୁ ଘଟିଛି।
/sambad/media/media_files/2024/11/06/0huPKRbsbZfxwd8SngoU.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)