ଜହ୍ନାପଙ୍କ/ ବଘିଆପଡ଼ା : ବୌଦ୍ଧ ବ୍ଲକ୍ ଆମ୍ବଝରି ପଞ୍ଚାୟତ ବବଡ଼ା ଗ୍ରାମର ସର୍ଗିବଦଲା ସାହିରେ ପରୀକ୍ଷିତ ପ୍ରଧାନଙ୍କ ୩ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ବାଉଁଶୁଣି ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଘରେ ଥିବା ଧାନ, ଚାଉଳ, ସୁନା, ରୁପା ଓ ୩୦ ହଜାର ଟଙ୍କା ପୋଡ଼ି ଯାଇଥିବା ପରୀକ୍ଷିତ କରିଛନ୍ତି। ନିଆଁ ଲାଗିବାର କାରଣ ଜଣାପଡ଼ି ନାହିଁ। ବଘିଆପଡ଼ା ରାଜସ୍ୱ ନିରୀକ୍ଷକ ରଘୁନାଥ ମଲ୍ଲିକ ପହଞ୍ଚି କ୍ଷୟକ୍ଷତିର ଆକଳନ କରିଥିଲେ। ଆମ୍ବଝରି ସରପଞ୍ଚ ରିଙ୍କି ଗିରିଙ୍କ ସ୍ବାମୀ ରଞ୍ଜିତ ଗିରି ବବଡ଼ା ଗ୍ରାମକୁ ଯାଇ ପୀକ୍ଷିତଙ୍କ ପରିବାରକୁ ଚୂଡ଼ା, ଚିନି ଓ ଚାଉଳ ପ୍ରଦାନ କରିଥିଲେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦେବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ।
ଅଗ୍ନିକାଣ୍ଡରେ ୩ ବଖରା ଘର ଜଳିଗଲା
/sambad/media/post_attachments/wp-content/uploads/2021/04/house-burn-boudha.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)