୧୫୭ ଶବ ଦାହକରି ବିପଦର ବନ୍ଧୁ ସାଜିଛନ୍ତି ସୁଫଳ

ଭଦ୍ରକ: ସୁନା କାରିଗରର ଜୀବନ ଭିତରେ ମଶାଣିରେ ୧୫୭ ଜଣ ଲୋକଙ୍କର ଶବ ଦାହ କରି ବିପଦର ବନ୍ଧୁ ସାଜିଛନ୍ତି ସୁଫଳ ସାହୁ। ସୁନା କାରିଗର ଆଉ ଶବ ସତ୍କାର କାମ ଏକା ସଙ୍ଗରେ କରୁଥିବା ସୁଫଳ ସାହୁ କହନ୍ତି ମାନବ ସେବା ହେଉଛି ମାଧବର ସେବା। ମଶାଣି ଓ ଶବକୁ ମୋର ଡର ନାହିଁ। ଯେତେ ରାତି ହେଉ କି ଖରାବର୍ଷା ଶୀତ ହେଉ। ଯିଏ ଅବେଳରେ ପଡି ସଫଳ ଭାଇ ବୋଲି ଡାକିଛି। ମୁଁ ଦୌଡି ଯାଇଛି। କାନ୍ଦରେ ଶବ ବୋହି ମଶାଣିକୁ ଯାଇଛି। ମୋର ପରିଚିତ ହେଉ କି ଅପରିଚିତ ମଣିଷ ହେଉ। ସଂପର୍କ ଥାଉ କି ନଥାଉ। ମୋ ପାଇଁ ଶବ ହେଉଛି ଆପଣାର ଲୋକ। ଶବ ସତ୍କାର କାମରେ ମୋର ଆପଣା ପର ବାଛବିଚାର କିଛି ନଥାଏ ବୋଲି କହନ୍ତି ସୁଫଳ ସାହୁ। ସୁଫଳ ସାହୁ। ବୟସ ୫୦। ଘର ଭଦ୍ରକର କୁଆଁଶ ଗ୍ରାମରେ। ୪ଟି ଝିଆ ବାପା ସୁଫଳ। ନିଜର ସ୍ତ୍ରୀ ପିଲାମାନଙ୍କ ସହ ରହୁଥିବା ବେଳେ ତାଙ୍କୁର ଦୈନନ୍ଦିତ ସୁନା କାରିଗର କାମ କରି ନିଜର ରୋଜଗାରରେ ପରିବାର ଚଳାନ୍ତି। ଯେଉଁ ହାତରେ ସେ ସୁନାର ଅଳଙ୍କାର ଗଢୁଛନ୍ତି। ସେଇ ହାତରେ ସେ ମଶାଣିକୁ ଯାଇ ଶବ ପାଇଁ ଜୁଇ ଜାଳୁଛନ୍ତି।

ଜୀବନର ଆଦ୍ୟ ଯୌବନର ଲଗ୍ନରେ ଶବ ସତ୍କାର ଭଳି ମହତ କାର୍ଯ୍ୟକୁ ଆପଣାଇ ନେଇଥିଲେ। ସୁଫଳଙ୍କୁ ଯେତେବେଳେ ୧୮ ବର୍ଷ ବୟସ ହୋଇଥିଲା। ସେତେବେଳେ ଜଣେ ଗରିବ ଲୋକଙ୍କର ମୃତ୍ୟୁ ହୋଇଥିଲା। ତାର ଶବ ସତ୍କାର କରିବା ପାଇଁ କେହି ଲୋକ ବାହାରିଲେ ନାହିଁ। ଏଇ ଘଟଣା ତାଙ୍କମ ମନକୁ ଭାରି ଆନ୍ଦୋଳିତ କରିଥିଲା। ନିଜର ଉଦାରପଣରେ ସେ ଆଗକୁ ବାହାରି ଶବ ନେଇ ମଶାଣିକୁ ଯାଇ ସେଇ ଗରିବ ଲୋକଟିର ସବ ସତ୍କାର କାମ କରି ଘରକୁ ଫେରିଥିଲା। ସେଇଦିନଠାରୁ ଜୀବନରେ ତାଙ୍କର ଶବ ସତ୍କାର କରିବା ଏକ ବ୍ରତରେ ପରିଣତ ହୋଇଗଲା। ଶବ ଦାହ ବେଳେ ଧନୀ ଗରିବ କିଛି ବାଛ ବିଚାର ସେ କରନ୍ତି ନାହିଁ। ଯିଏ ଡାକିଲା ସୁଫଳ ତାଙ୍କ ପାଇଁ ମଶାଣିରେ ହାଜର ହୋଇଗଲା। ଜୀବନରେ ୧୫୭ ଶବ ସତ୍କାର କରି ନିଜେ ବେଶ୍ ଆତ୍ମତୃପ୍ତି ଲାଭ କରିଥିବା ବେଳେ ଏଇ କାର୍ଯ୍ୟରେ କେବେ ତାଙ୍କ ବାପା ମାଆ କିମ୍ବା ପତ୍ନୀ କି ନିଜର ଚାରି ଝିଅ କେବେ ବିରୋଧ କରି ନାହାନ୍ତି। ବରଂ ବାପାଙ୍କ ଏଇ କାମକୁ ପରିବାର ପକ୍ଷରୁ ସମର୍ଥନ ବି ରହିଛି। ଯେତେ ରାତିରେ ବି ଶବ ଦାହ କରି ମଶାଣିରୁ ଫେରିଲେ ବି ସୁଫଳଙ୍କ ପତ୍ନୀ ତାଙ୍କର ଫେରିବା ବାଟକୁ ଚାହିଁ ରହିଥାନ୍ତି। ଶବ ଆଉ ମଶାଣି ପ୍ରତି ତାଙ୍କର ଭୟ ନଥାଏ। ଭଦ୍ରକର ମଠସାହି ମଶାଣି, କୁଆଁଶ ମଶାଣିଠାରୁ ଆରମ୍ଭ କରି ଭୁବନେଶ୍ବରର ସତ୍ୟନଗର ମଶାଣି ହେଉ ଅବା ପୁରୀର ସ୍ବର୍ଗଦ୍ବାର ସବୁଠିକୁ ଶବ ସତ୍କାର କରିବାକୁ ଯାଇଛନ୍ତି ସୁଫଳ। ତାଙ୍କର ଏଇ ନିଶୁଳ୍କ ସେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।

ସମ୍ବନ୍ଧିତ ଖବର