ଶେରଗଡ଼ : ଗଂଜାମ ଜିଲ୍ଲା ଶେରଗଡ଼ ବ୍ଲକ ମହୁପଦର ଗ୍ରାମରେ ଆଜି ଭୋର୍ ପ୍ରାୟ ସାଢେ ୩ଟାରେ ଧାନଖଳାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୨୨ ଚାଷୀଙ୍କ ୧୨୦ ଭରଣ ଧାନ ଫସଲ ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି। ଯାହାର ଆନୁମାନିକ ମୂଲ୍ୟ ୬ ଲକ୍ଷ ଟଙ୍କାରୁ ଅଧିକ ହେବ। ଅଗ୍ନିକାଣ୍ଡର କାରଣ ବର୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନି। ଏହି ଖଳାରେ ଧୋବା ବିଷୋୟୀ, ବିଜୁଳି ସେଠୀ, ସୀମାଞ୍ଚଳ ସେଠୀ, ବାପୁନ୍ ସେଠୀ, ନନ୍ଦ ସେଠୀ, ସହଦେବ ସେଠୀ, ଅଭିମନ୍ୟୁ ସେଠୀ, ରାଜେନ୍ଦ୍ର ସେଠୀ, ସୁକାନ୍ତି ସେଠୀ, ତ୍ରିନାଥ ସେଠୀ, ଅଭିମନ୍ୟୁ ସେଠୀ, ଶିବରାମ ସାହୁ, ସୁବାସ ଚନ୍ଦ୍ର ସାହୁ, ଶରତ ଦାସ, ଉପେନ୍ଦ୍ର ଡାକୁଆ, ଟୁଟୁ ସାହୁ, ସୁରେନ୍ଦ୍ର ଗୌଡ଼, ମହେଶ୍ୱର ସାହୁ ଓ ଯୁଧିଷ୍ଠିର ଡାକୁଆ, କୃଷ୍ଣ କୁମାର ସାହୁ ୧୨୦ ଭରଣ ଧାନ ରହିଥିଲା।
ଧାନଖଳାରେ ଭୟାବହ ଅଗ୍ନିକାଣ୍ଡ: ୧୨୦ ଭରଣ ଧାନ ନଷ୍ଟ
/sambad/media/post_attachments/wp-content/uploads/2018/01/paddy.jpg-f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)