ଭଗବାନପୁର ଗାଁରେ ବୁରୁଣ୍ଡିର ରାଷ୍ଟ୍ରଦୂତ

କେନ୍ଦ୍ରାପଡ଼ା/ଗରଦପୁର : ଆଫ୍ରିକୀୟ ଦେଶ ବୁରୁଣ୍ଡିର ରାଷ୍ଟ୍ରଦୂତ ଷ୍ଟେଲ୍ଲା ବୁଦିରଗାନ୍ୟା ଗରଦପୁର ବ୍ଲକ୍ ଭଗବାନପୁର ଗ୍ରାମ ପରିଦର୍ଶନ କରିଛନ୍ତି। ଏହାକୁ ଏକ ଆଦର୍ଶ ଗ୍ରାମ ରୂପେ ଗଢି ତୋଳିବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି। ଏହି ଗାଁର ସଭ୍ୟତା ଦେଖି ପ୍ରଶଂସା କରିବା ସହ ଏହାର ଭିତ୍ତିଭୂମିର ବିକାଶ ସମ୍ପର୍କରେ ଆଲୋଚନା କରିଛନ୍ତି।

ଦୁଇଦିନ ତଳେ ବୁରୁଣ୍ଡିର ରାଷ୍ଟ୍ରଦୂତ ଷ୍ଟେଲ୍ଲା ଓଡ଼ିଶା ଆସିଥିଲେ। ତାଙ୍କ ସହିତ ତାଙ୍କ ପରାମର୍ଶଦାତା ଗାଇସ୍‌ ଜନସନ ମଧ୍ୟ ଥିଲେ। ଭୁବନେଶ୍ବରରେ ବୁଲୁଥିବାବେଳେ ହଠାତ ଭଗବାନପୁର ଗାଁର ଶିକ୍ଷାବିତ ସମୀର ସାମଲଙ୍କ ସହିତ ଭେଟ ହୋଇଥିଲା। ପରସ୍ପର ମଧ୍ୟରେ ଭାବର ଆଦାନ ପ୍ରଦାନ ପରେ ଷ୍ଟେଲ୍ଲା ଓଡ଼ିଶାର ଗ୍ରାମ୍ୟ ସଭ୍ୟତା ସମ୍ପର୍କରେ ଜାଣିବାକୁ ଆଗ୍ରହ ପ୍ରକାଶ କରିଥିଲେ। ସମୀର ଷ୍ଟେଲ୍ଲାଙ୍କୁ ନିଜ ଗାଁକୁ ଆମନ୍ତ୍ରଣ କରିଥିଲେ।

ସମ୍ବନ୍ଧିତ ଖବର