ରା.ଉଦୟଗିରି: କିଛିଦିନ ତଳେ ସଞ୍ଚିତ ପାଣ୍ଠିରୁ କୋଠଗୃହ ନିର୍ମାଣ କରି ଚର୍ଚ୍ଚାରେ ଥିବା ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ୍ ପୁଟୁରୁପଡା ପଞ୍ଚାୟତର ଆଦିବାସୀଅଧ୍ୟୁଷିତ ବୁରୁସିଂ ଗ୍ରାମବାସୀ ଆଉ ଏକ ଅଭିନବ ପଦକ୍ଷେପ ନେଇଛନ୍ତି। ‘ଏଣିକି ଅଞ୍ଚଳରେ ସେମାନେ କୌଣସି ବନ୍ୟଜନ୍ତୁ ଶିକାର କରିବେନି କି, ଗଛ କାଟିବେନି’ ବୋଲି ସଂକଳ୍ପ ନେଇଛନ୍ତି। ସେହିପରି ଗ୍ରାମବାସୀ ଓ ଅନ୍ୟ ଗ୍ରାମର ଲୋକେ ଏହି ନିୟମକୁ ଉଲ୍ଲଂଘନ କରୁଥିବା ନଜରକୁ ଆସିଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ। ଦରକାର ପଡ଼ିଲେ ସେମାନଙ୍କୁ ପୁଲିସକୁ ହସ୍ତାନ୍ତର କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।
/sambad/media/post_attachments/wp-content/uploads/2023/04/756167f2-71be-4f6d-a981-63546f454ebe.jpg)
ଆଜି ସରପଞ୍ଚ ଚୈତନ୍ୟ ଭୂୟାଁଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ଗ୍ରାମବାସୀ ଏକାଠି ହୋଇଥିଲେ। ନିକଟସ୍ଥ ଐତିହାସିକ ବଡ଼ଦେଓ ପାହାଡ଼ର ସୁରକ୍ଷାକୁ ନେଇ ଗ୍ରାମବାସୀ ଚିନ୍ତା ପ୍ରକଟ କରିଥିଲେ। ଦିନ ଥିଲା ଏହି ପାହାଡ଼ ରକ୍ତଚନ୍ଦନ, ପିଆଶାଳ, ଶାଳ ସମେତ ଔଷଧୀୟ ବୃକ୍ଷ ପାଇଁ ଏକ ସ୍ବତନ୍ତ୍ର ପରିଚୟ ତିଆରି କରିଥିଲା। ସେହିପରି ବିଭିନ୍ନ ପ୍ରଜାତିର ବନ୍ୟଜନ୍ତୁଙ୍କ ପ୍ରମୁଖ ବିଚରଣସ୍ଥଳ ଥିଲା। କିନ୍ତୁ ଗତ କିଛିବର୍ଷ ଧରି ଆଖପାଖ ଗ୍ରାମର ଲୋକେ ଏହି ଜଙ୍ଗଲ ଭିତରେ ପଶି ମନଇଚ୍ଛା କାଠ କାଟୁଛନ୍ତି। ସେହିପରି ବନ ବିଭାଗର ମଧ୍ୟ କୌଣସି ନିୟନ୍ତ୍ରଣ ନାହିଁ। ପ୍ରତିଦିନ ଗଛକୁ କଟାଯାଉଥିବା ବେଳେ ବନ୍ୟଜନ୍ତୁଙ୍କ ଜୀବନ ପ୍ରତି ମଧ୍ୟ ବିପଦ ସୃଷ୍ଟି ହୋଇଛି। ଏଣୁ ଆଗକୁ ଜଙ୍ଗଲର ସୁରକ୍ଷା ପାଇଁ ସମସ୍ତ ଗ୍ରାମବାସୀ ଅଣ୍ଟା ଭିଡ଼ିଛନ୍ତି। ‘ଗଛକଟାକୁ ସଂପୂର୍ଣ୍ଣ ଭାବେ ବନ୍ଦ କରାଯିବ। ଏହାସହ ସଂକ୍ରାନ୍ତି, ଯାନିଯାତ୍ରା ଓ ପହିଲି ରଜ ସମୟରେ କରାଯାଉଥିବା ପାରମ୍ପରିକ ବନ୍ୟଜନ୍ତୁ ଶିକାର ଉପରେ ଅଙ୍କୁଶ ଲାଗିବ। ବାହାରର ଲୋକଙ୍କୁ ବି ଜଙ୍ଗଲକୁ ଛଡ଼ାଯିବନି’ ବୋଲି ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛଇ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/Burusingh-Villagers_Thumbnail.jpg)