ଜୟପୁର ଭଦ୍ରାଚଳମ୍ ସରକାରୀ ବସ ଚିନ୍ତୁରରେ ଦୁର୍ଘଟଣା, ୧୦ଆହତ

ଜୟପୁର:ଜୟପୁରରୁ ଭଦ୍ରାଚଳମ ଯାଉଥିବା ଓଡିଶା ରାଜ୍ୟ ସଡକ ପରିବହନ ନିଗମର ବସଟି ଓଡିଶା-ତେଲଙ୍ଗନ୍ନା ସୀମାନ୍ତ ଆନ୍ଧ୍ରର ଚିନ୍ତୁର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସର ବୈଷୟିକ ସମସ୍ୟା (ଟାଇରନ୍ ରଡ୍ ଛିଣ୍ଡି) ଦେଖା ଦେଇ ଦୁର୍ଘଟଣା ହୋଇଥିଲା। ଏଥିରେ ବସରେ ବସି ଯାଉଥିବା ୧୦ଜଣ ଯାତ୍ରୀ ଓଚାଳକ ଆଦି ଆହତ ହୋଇଥିବା ସୂଚନା ମିଳିଛି।   ସମସ୍ତ ଆହତ ଯାତ୍ରୀଙ୍କ ମଧ୍ୟରୁ କିଛି ଜଣ ଭଦ୍ରାଚଳମରେ ଚିକିତ୍ସାଧୀନ ଥିବା ସୂଚନା ମିଳିଛି। ବସଟି ଜୟପୁରରୁ ସକାଳୁ ବାହାରି ଆନ୍ଧ୍ରପ୍ରଦେଶର ଚିନ୍ତୁର ଦେଇ ଯାଉଥିବା ବେଳେ ଅଚାନକ ଭାବେ ବସର ଟାଇରନ୍ ରଡଟି ଛିଣ୍ଡି ଯାଇଥିଲା।

ବସର ଟାୟର ଗୁଡିକ ଓହଳି ବସଟି ରାସ୍ତାରୁ ଗୋଟିଏ ପାର୍ଶ୍ବକୁ ଘୋଷାଡି ହୋଇ ସେଠାରେ ଥିବା ଛୋଟ ଛୋଟ ଗଛ ମଧ୍ୟରେ ପସି ଯାଇଥିଲା। ଗୋଟିଏ ପାର୍ଶ୍ବର ଟାୟର ବାହାରି ପଡ଼ିଥିଲା। ଭାଗ୍ୟବଶତଃ ଯଦିଓ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ ହେଁ ଚାଳକ ସମେତ ୧୦ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ସୂଚନା ପାଇ ଡିଟିଏମ୍ ଶ୍ରୀନିବାସ ପାଣିଗ୍ରାହୀ ଜୟପୁରରୁ ମେକାନିକ୍ ଦଳକୁ ନେଇ ବସକୁ ସେଠାରୁ ବାହାର କରିଥିବା ସୂଚନା ମିଳିଛି। ତେବେ ବସଟି କେଉଁ ପରିସ୍ଥିତିରେ ଏଭଳି ଦୁର୍ଘଟଣାଗ୍ରସ୍ତ ହେ‌ଲା ତାହା ତଦନ୍ତ ସାପେକ୍ଷ ବୋଲି ବୁଦ୍ଦିଜୀବୀ ମହଲରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର