ବାଲେଶ୍ବର ଜିଲ୍ଲାର ବସ୍ତା ନିକଟରେ ପ୍ରବାସୀ ବସ୍ ଦୁର୍ଘଟଣାଗ୍ରସ୍ତ, ୭ ଗୁରୁତର

ବସ୍ତା: ପୁଣି ବାଲେଶ୍ବର ଜିଲ୍ଲାରେ ପ୍ରବାସୀଙ୍କୁ ନେଇ ଆସୁଥିବା ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିବାର ଖବର ମିଳିଛି। ୬୦ ନମ୍ବର ଜାତୀୟ ରାଜପଥର ବସ୍ତା ନିକଟରେ ପ୍ରବାସୀଙ୍କୁ ନେଇ କେରଳରୁ ପଶ୍ଚିମବଙ୍ଗର ମୁର୍ଶିଦାବାଦକୁ ଯାଉଥିବା ବେଳେ ବସ୍‌କୁ ପଛରୁ ଟ୍ରଲର ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଥିବା ଜଣାଯାଇଛି।

ଏଥିରେ ୭ଜଣ ଗୁରୁତର ହୋଇଥିବା କୁହାଯାଉଛି। ପ୍ରବାସୀଙ୍କୁ ନେଇ ଆସୁଥିବା ଏକ ବସରେ ୪୦ଜଣ ଯାତ୍ରୀ ଥିବାର ସୂଚନା ମିଳିଛି। ଆହତମାନଙ୍କୁ ନିକଟସ୍ଥ ବସ୍ତା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ, ଗତକାଲି ଭୋର ସମୟରେ ବାଲେଶ୍ୱର ଜିଲ୍ଲାର ରେମୁଣା ଅଞ୍ଚଳର ନୂଆଗାଁ ନିକଟରେ ଏକ ପ୍ରବାସୀ ବସ ଓଲଟିଥିଲା। ଏହି ବସଟି (କେଏଲ୍ ୫୫ଏଲ୍ ୮୫୭୭) କେରଳରୁ ପଶ୍ଚିମବଙ୍ଗକୁ ଯାଉଥିଲା।  ଏଥିରେ ୩୮ଜଣ ଯାତ୍ରୀ ଥିଲେ। ଏମାନଙ୍କ ଭିତରୁ ୭ଜଣ ଗୁରୁତର ଆହତ ହୋଇଥିଲେ।

ବାଲେଶ୍ୱରର ନୂଆଗାଁ ନିକଟରେ ପୋଲ ତଳକୁ ଖସିଲା ବସ୍।  ଏହାଫଳରେ ୧୬ ନମ୍ବର ଜାତୀୟ ରାଜପଥରେ ମଙ୍ଗଳପୁର ନିକଟରେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ପଛପଟୁ ଏକ ଟ୍ରକକୁ ରାସ୍ତା ଦେବାକୁ ଯାଇ ବସଟି ପୋଲର ୨୦ ଫୁଟ୍ ତଳକୁ ଓଲଟି ଯାଇଥିଲା।

 

ସମ୍ବନ୍ଧିତ ଖବର