ସମ୍ବଲପୁର: ମଂଗଳବାର ରାତିରେ ୧୧ଟାରେ ସମ୍ବଲପୁରରୁ ରାଇରଂଗପୁର ଯାଉଥିବା ମା’ ବୈଷ୍ଣୋଦେବୀ ନାମକ ଯାତ୍ରୀବାହୀ ବସ୍ (ଓଡ଼ି ୧୫ଏଫ୍-୯୦୧୧) ଏଠାରୁ ପ୍ରାୟ ୨୨ କିଲୋମିଟର ଦୂର ପଡ଼ିଆବାହାଲ ନିକଟ ମାଳତୀ ଯୋର ବ୍ରିଜ୍ ଉପରୁ ୩୦ ଫୁଟ୍ ତଳକୁ ଖସି ପଡ଼ିଛି। ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୨ ଜଣ ଆହତ ହୋଇଛନ୍ତି। କିଛି ଯାତ୍ରୀଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ଆଶଂକା କରାଯାଉଛି। ମୃତକମାନେ ହେଲେ ବରଗଡ଼ ଜିଲ୍ଲା ବିଜେପୁର ଖରମୁଣ୍ଡା ଗାଁର ରଂଜନ ମେହେର, କେନ୍ଦୁଝରର ଗୋପାଳ ଚନ୍ଦ୍ର ମହାନ୍ତ, ପୁରୀର ସରୋଜ ରାଉତରାୟ ଏବଂ ବୁର୍ଲା ବୋର୍ଡ କଲୋନିର ଦିଲୀପ ସାହୁ (୫୮)। ବୁର୍ଲା ବଡ଼ ଡାକ୍ତରଖାନାରେ ୧୭ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିଲାବେଳେ ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ସେହିପରି ସମ୍ବଲପୁର ସଦର ଡାକ୍ତରଖାନାରେ ୧୫ ଜଣ ଆହତ ଚିକିତ୍ସିତ ହେଉଛନ୍ତି। ପରିଚୟ ମିଳିଥିବା ଆହତମାନେ ହେଲେ ମଣ୍ଟୁ ଦୋରା ଦାନିପାଲି ସମ୍ବଲପୁର, ଧରଣୀ ପ୍ରଧାନ ନକ୍ସାପାଲି ସମ୍ବଲପୁର, ଅର୍ଜୁନ ସିଂହ, ମୟୂରଭଞ୍ଜ, ହୋର୍ଡିଂ ମୁଣ୍ଡା, ରାଇରଂଗପୁର, ସତ୍ୟବ୍ରତ ମହନ୍ତ କେନ୍ଦୁଝର, ସାଗର ପୃଷ୍ଟି କେନ୍ଦୁଝର, ମେଞ୍ଜରି ହୋ’ ମହାରାଜପୁର, ଯଶୀପୁର, ଦିଲୀପ ପ୍ରଧାନ, କେନ୍ଦୁଝର, ବିଷ୍ଣୁ ସିର୍କା, ପୀତାମ୍ବର ମୁଣ୍ଡା, ଜ୍ଞାନ ପ୍ରକାଶ ସାହୁ, ବାରକୋଟ, ଦେବଗଡ଼, ଯତୀନ ପାଲ (୩୭) ଭବାନୀପାଟଣା, କ୍ଷୀରୋଦ୍ର ବିଶ୍ୱାଳ (୩୫) ଏବଂ ରତି ବାରିକ (୪୦) ସୋହେଲା ବରଗଡ଼, ପୂରନ ମେହେର (୨୭) ଏବଂ ବିଜୟ ମେହେର ଖରମୁଣ୍ଡା ବିଜେପୁର ବରଗଡ଼। ସମ୍ବଲପୁର ଜିଲ୍ଲାପାଳ ସମର୍ଥ ବର୍ମା ଏବଂ ଏସ୍ପି ସଂଜୀବ ଅରୋରା ଘଟଣାସ୍ଥଳକୁ ଯାଇ ଉଦ୍ଧାର କାର୍ଯ୍ୟ ତଦାରଖ କରିଥିଲେ। ଅଗ୍ନିଶମ ବିଭାଗର ଦୁଇଟି ଦଳ ଉଦ୍ଧାର କାର୍ଯ୍ୟ କରିଥିଲେ।
ପୋଲରୁ ଖସିଲା ବସ୍: ୪ ମୃତ, ୩୨ ଆହତ
/sambad/media/post_attachments/wp-content/uploads/2018/01/SBPHO23-SBP-Bus-Accident.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)