ଆମପାଣି ଘାଟିରେ ଓଲଟିଲା ଭୁବନେଶ୍ୱରରୁ ମାଲକାନଗିରି ଯାଉଥିବା ଦିଲଖୁସ ବସ

ନବରଙ୍ଗପୁର: କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଆମପାଣି ଘାଟି ଉପରେ ଓଲଟିଲା ବସ। ଆଜି ଭୋର ସମୟରେ ଭୁବନେଶ୍ୱରରୁ ମାଲକାନଗିରି ଯାଉଥିବା ଦିଲଖୁସ ନାମକ ଏକ ଘରୋଇ ବସ (ନମ୍ବର ଓଡି୦୨ଓଏସ୫୦୯୭) ଓଲଟି ପଡ଼ିଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାରେ ଗାଡ଼ିର ହେଲପର ଓ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି।

ଘଟଣା ବିଷୟରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଛି। ଆମପାଣି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।

ସମ୍ବନ୍ଧିତ ଖବର