ମାଲକାନଗିରି ସୀମାନ୍ତରେ ଓଲଟିଲା ବସ୍: ୫ଜଣଙ୍କ ମୃତ୍ୟୁ, ୩୦ ଗୁରୁତର

ମାଲକାନଗିରି: ମାଲକାନଗିରି ସୀମାନ୍ତ ଆନ୍ଧ୍ର ପ୍ରଦେଶର ବୋଡୁଗୁଡମ୍ ନିକଟରେ ବସ୍ ଓଲଟି ୫ଜଣଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି। ସୂଚନା ଅନୁଯାୟୀ, ବିଜୟୱାଡାରୁ ଭବାନୀପାଟଣା ଆସୁଥିବା ଘରୋଇ ବସ ଆନ୍ଧ୍ର ପ୍ରଦେଶର ବୋଡୁଗୁଡମ୍ ନିକଟରେ ଭାରସାମ୍ୟ ହରାଇ ଓଲଟିଥିଲା । ଏହି ଦୁର୍ଘଟଣାରେ ୫ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ ଜଣ ଗୁରୁତର ହୋଇଛନ୍ତି। ଆଜି ଭୋର ସମୟରେ ଘଟଛି ଏହି ଦୁର୍ଘଟଣା। ସ୍ଥାନୀୟ ଲୋକେ ପ୍ରଥମେ ଯାତ୍ରୀମାନଙ୍କୁ ଉଦ୍ଧାର କରି ଭଦ୍ରାଚଳମ ଚିକିତ୍ସାଳୟକୁ ପଠାଇଥିଲେ।

ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମେଡିକାଲରେ ୨ଜଣଙ୍କି ପ୍ରାଣହାନି ଘଟିଥିବା ଜଣାଯାଇଛି। ଏବେବି ୬ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ବସରେ ମୋଟ ୪୦ ଜଣ ଯାତ୍ରୀ ଥିଲେ। ତିନି ମୃତକଙ୍କର ପରିଚୟ ମିଳିଛି। ଏମାନେ ହେଲେ ଧନେଶ୍ବର ଦଳପତି(୨୪), ଜିତୁ ହରିଜନ(୫) ଓ ନୁନେନା ହରିଜନ(୨)। ଚାଳକ ମଦପିଇ ଗାଡ଼ି ଚଳାଉଥିବାରୁ ଏଭଳି ଦୁର୍ଘଟଣା ଘଟିଥିବା ଯାତ୍ରୀମାନେ ଅଭିଯୋଗ କରିଛନ୍ତି। ଏମାନେ ସମସ୍ତେ ଓଡ଼ିଶାର ଶ୍ରମିକ। ସେମାନେ ବିଜୟୱାଡାରୁ ଘରକୁ ଫେରୁଥିଲେ।

 

ସମ୍ବନ୍ଧିତ ଖବର