ସୋର ନିକଟସ୍ଥ ବିଦୁ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍ ଧକ୍କାରେ ଯାତ୍ରୀବାହୀ ବସ୍ ଓଲଟିଲା, ଶିଶୁ ଓ ମହିଳାଙ୍କ ସମେତ ୬ ଜଣଙ୍କର ମୃତ୍ୟୁ

ବାଲେଶ୍ବର: ବାଲେଶ୍ବର ଜିଲ୍ଲାର ସୋର ନିକଟସ୍ଥ ବିଦୁ ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ କୋଇଲା ବୋଝେଇ ଟ୍ରକ୍ ଧକ୍କାରେ ଯାତ୍ରୀବାହୀ ବସ୍ ଓଲଟିଥିବା ଜଣାଯାଇଛି। ଏହାଫଳରେ ଘଟଣାସ୍ଥଳରେ ୬ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ଭିତରେ ଜଣେ ମହିଳା ଓ ଜଣେ ଏକ ବର୍ଷର ଶିଶୁ ଥିବାର ସୂଚନା ରହିଛି। ଏଥିରେ ୨୦ରୁ ଅଧିକ ଆହତ ହୋଇଛନ୍ତି। ବସ୍ ଭିତରେ ୫୦ରୁ ଅଧିକ ଯାତ୍ରୀ ଥିବା କୁହାଯାଉଛି। ଆହତମାନଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଗୁରୁତରମାନଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ଗୁରୁତରମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ପଠାଯାଇପାରେ ବୋଲି ବି ସୂଚନା ରହିଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଘଟଣା ସ୍ଥଳରେ ଆଞ୍ଚଳିକ ପରିବହନ ଅଧିକାରୀ ରଶ୍ମିରଂଜିତ ଦଳବେହେରା ପହଞ୍ଚିବା ସହ ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରୁଛନ୍ତି। ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ ବୋଲି ଜଣାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ମାଣତ୍ରୀରୁ ଭୁବନେଶ୍ୱର ଭାୟା ଉଦଳା ଯାଉଥିବା ଶାନ୍ତିଲତା ବସ ଭୁବନେଶ୍ୱର ଆସୁଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା।

ସମ୍ବନ୍ଧିତ ଖବର