ଭାରସାମ୍ୟ ହରାଇ ବିଲକୁ ପଶିଲା ବସ୍

ସିଙ୍ଗଡ଼ା: ରରୁଆଁ ବ୍ଲକ ବେନିସାଗରରୁ ଭୁବନେଶ୍ବର ଚଳାଚଳ କରୁଥିବା ଶାନ୍ତିଲତା ବସ୍‌ ଗତକାଲି ଦିନ ପ୍ରାୟ ଅଢ଼େଇଟା ସମୟରେ କରଞ୍ଜିଆ ବ୍ଲକ ଚାନ୍ଦୁସାହିଠାରେ ଭାରସାମ୍ୟ ହରାଇ ରାସ୍ତାକଡ଼ ବିଲ ଭିତରକୁ ପଶି ଯାଇଥିଲା। ଏଥିରେ ବସ୍‌ର ବିଶେଷ କିଛି କ୍ଷତି ହୋଇ ନଥିବାବେଳେ ଚାଳକ ଓ ହେଲପର ସୁରକ୍ଷିତ ଅଛନ୍ତି। ଏହି ବସ୍‌ରେ କେହି ଯାତ୍ରୀ ନଥିଲେ। ବସ୍‌ଟି କରଞ୍ଜିଆ ପଟୁ ବେନିସାଗରକୁ ଆସୁଥିବା ବେଳେ ଚାନ୍ଦୁସାହିଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଖବର ପାଇ କରଞ୍ଜିଆ ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ବସ୍‌କୁ କ୍ରେନ୍‌ ଯୋଗେ ଉଠାଇଛନ୍ତି।

ସମ୍ବନ୍ଧିତ ଖବର