ଧର୍ମଶାଳା : ଧର୍ମଶାଳା ଥାନା ଅନ୍ତର୍ଗତ ଭାଲୁଖାଇ ଗାଁ ପାର୍ଶ୍ବ ଗୋକର୍ଣ୍ଣେଶ୍ବର ମନ୍ଦିର ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ଗୁରୁବାର ଭୋର ସମୟରେ ପୂର୍ବରୁ ଅଟକିଥିବା ଟ୍ରକ୍ ପଛରେ ଏକ ତୀର୍ଥଯାତ୍ରୀ ବସ୍ ପିଟି ହୋଇଯାଇଥିଲା। ଦୁର୍ଘଟଣାରେ ୧୩ ଜଣ ତୀର୍ଥଯାତ୍ରୀ ଆହତ ହୋଇଥିଲେ। ଆହତମାନଙ୍କୁ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଇଥିଲା।
ପ୍ରକାଶ ଯେ, ପଶ୍ଚିମବଙ୍ଗ ନଦିଆ ଅଞ୍ଚଳରୁ ବିଏସ୍ଟି ଟ୍ରାଭେଲର୍ସ ବସ୍ (ଡ୍ଲୁବି-୫୭ସି-୮୮୭୭)ରେ ପ୍ରାୟ ୫୦ ଜଣ ତୀର୍ଥଯାତ୍ରୀ ପୁରୀ ଯାଉଥିଲେ। ଗୋକର୍ଣ୍ଣେଶ୍ବର ମନ୍ଦିର ନିକଟରେ ବସ୍ଟି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବରେ ଠିଆ ହୋଇଥିବା ଟ୍ରକ୍କୁ ଧକ୍କା ଦେଇଥିଲା। ଏଥିରେ ବସ୍ର ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଥିବା ବେଳେ ତୀର୍ଥଯାତ୍ରୀମାନେ ଅଳ୍ପକେ ରକ୍ଷା ପାଇଯାଇଥିଲେ। ପୁଲିସ୍ ପହଞ୍ଚି ଆହତମାନଙ୍କୁ ଧର୍ମଶାଳା ଡାକ୍ତରଖାନାକୁ ପଠାଇବା ବ୍ୟବସ୍ଥା କରିଥିଲା। ପରେ ବସ୍ଟି ସମସ୍ତ ଯାତ୍ରୀଙ୍କୁ ନେଇ ପୁରୀ ଅଭିମୁଖେ ଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/accd.jpg)