ପୁଣି ଓଲଟିଲା ଘରୋଇ ବସ୍‌; ୩୦ ଯାତ୍ରୀ ଆହତ, ୫ ଗୁରୁତର

ଭୁବନେଶ୍ବର/ଯୋରନ୍ଦା: ଲଗାତାର ଦ୍ବିତୀୟ ଦିନରେ ‌ଘରୋଇ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗତକାଲି ରାତିରେ ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନା ଅନ୍ତର୍ଗତ ଗରଗଡ଼ବାହାଲ ନିକଟରେ ଏକ ଘରୋଇ ବସ୍‌ ଓଲଟିଥିଲା। ଆଜି ଢେଙ୍କାନାଳ ଜିଲ୍ଲା ବଣସିଂହ-ଢେଙ୍କାନାଳ ରାସ୍ତାର ବଣସିଂହ ମା’ ପାଟରାଣୀଙ୍କ ମନ୍ଦିର ନିକଟରେ ମା ସମଲେଇ ନାମକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ଓଲଟି ପଡିଛି। ଏଥିରେ ୩୦ଜଣ ଆହତ ହୋଇଛି। ଆହତ ମାନଙ୍କ ମଧ୍ୟରୁ ୫ଗୁରୁତର ଥିବା ଜଣାଯାଇଛି। ବସ୍ (ଓଆର ୦୬ ଏଫ୍‌ ୧୬୦୫)। ବସ୍‌ଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ଏହାର ଚାଳକ ଘଟଣାସ୍ଥଳରୁ ଫେରାର ଥିବା ଜଣାଯାଇଛି। ଆହତମାନଙ୍କୁ ସ୍ଥାନୀୟ ଲୋକମାନେ୧୦୮ ଯୋଗେ ଢେଙ୍କାନାଳ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି।

ସୂଚନାଯୋଗ୍ୟ, ଗତକାଲି ରାତି ୮ଟା ୧୫ ମିନିିଟରେ ଅନୁଗୁଳରୁ ସମ୍ବଲପୁର ଯାଉଥିବା ଗରୁଡ଼ (ଓଆର ୧୫ ଏଚ ୧୯୧୯) ନାମରେ ଏକ ଘରୋଇ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ୨୦ ଜଣ ଯାତ୍ରୀ ଆହତ ହୋଇଥିଲେ। ବସର ଷ୍ଟିୟରିଂ ଲକ ହୋଇଯିବାରୁ ଏହା ଯୁଯୁମୁରା ଥାନା ଅନ୍ତର୍ଗତ ଗରଗଡ଼ବାହଲ ରେଲୱେ ଓଭର ବ୍ରିଜ ନିକଟରେ ଧକ୍କା ହୋଇଥିଲା। ଦୁର୍ଘଟଣାରେ ଆହତ ହୋଇଥିବା ଯାତ୍ରୀମାନଙ୍କୁ ଯୁଯୁମୁରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଏହି ଦୁର୍ଘଟଣା ‌ପରେ ପୁଲିସ, ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ।

ସମ୍ବନ୍ଧିତ ଖବର