କବିସୂର୍ଯ୍ୟନଗରରେ ବସ ଓଲଟିବାରୁ ଚାଳକ ମୃତ, ସମ୍ବଲପୁରରେ ସକାଳେ ଟ୍ରକ ଓଲଟିବାରୁ ଜୀବନ ହରାଇଥିଲେ ଡ୍ରାଇଭର

ଭଞ୍ଜନଗର: ଗଂଜାମ ଜିଲ୍ଲାର କବିସୂର୍ଯ୍ୟନଗର ଅଂଚଳର ବୁଢାମ୍ବ ଗାଁ ନିକଟରେ ବୁଧବାର ଅପରାହ୍ଣରେ ଯାତ୍ରୀବାହୀ ବସ ଓଲଟିବାରୁ ଚାଳକଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁସାରେ କନକ ଦୁର୍ଗା ନାମକ ଯାତ୍ରୀବାହୀ ବସ ଓଲଟିପଡ଼ିଛି। ଫଳରେ ଚାକଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ୬ ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ମୃତକ ଜଣଙ୍କ ହେଲେ ପୋଲସରା ଅଞ୍ଚଳର ହର ପ୍ରସାଦ ପେଲେଇ। ସମସ୍ତ ଆହତମାନଙ୍କୁ କବିସୂର୍ଯ୍ୟନଗର ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ଆଜି ସକାଳୁ ସମ୍ବଲପୁର ଜିଲ୍ଲାର ଯୁଯୁମୁରା ଥାନା ଅଂଚଳରେ ଏଭଳି ଏକ ଘଟଣା ଘଟିଥିଲା। ମଧ୍ୟପ୍ରଦେଶର ଉଜୈନରୁ ପିଆଜ ଓ ରସୁଣ ନେଇ ବାରିପଦା ଅଭିମୁଖେ ଯାଉଥିବା ଏକ ଟ୍ରକ (ଏମ୍‌ପି ୧୩ଏଚ୍‌ ୦୩୭୫)ର ଚକା ଫାଟିଯିବାରୁ ଏହା ଓଲଟି ପଡ଼ିଥିଲା। ଯୁଯୁମୁରା ଥାନା ନିକଟ ଭୀମଖୋଜରେ ଏହି ଘଟଣା ଘଟିଥିଲା। ଘଟଣାସ୍ଥଳରେ ହିଁ ଟ୍ରକର ଚାଳକ ଦିନେଶଙ୍କର ମୃତ୍ୟୁ ଘଟିଥିଲା। ଦିନେଶଙ୍କ ଘର ମଧ୍ୟପ୍ରଦେଶର ଉଜୈଜ ଜିଲ୍ଲାର ବିନ୍ନାନପୁର ବୋଲି ସୂଚନା ଦେଇଥିଲା। ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଂଚି ଦିନେଶଙ୍କ ମୃତଦେହକୁ ଟ୍ରକ୍‌ର କ୍ୟାବିନ୍‌ ଭିତରୁ ଉଦ୍ଧାର କରିଥିଲା।

ସମ୍ବନ୍ଧିତ ଖବର