ମହାନଦୀ ପୋଲ‌ରେ ବସ୍‌ ଦୁର୍ଘଟଣା : ସ୍ବର୍ଗଦ୍ବାରରେ ଜଳିଲା ୫ ଜୁଇ

ପୁରୀ : ମଙ୍ଗଳବାର ମହାନଦୀ ପୋଲ ତଳକୁ ବସ ଖସି ପ୍ରାଣ ହରାଇଥିବା ୧୦ ଜଣଙ୍କ ମଧ୍ୟରୁ ୫ ଜଣଙ୍କର ଜୁଇ ଆଜି ପୁରୀ ସ୍ବର୍ଗଦ୍ବାରରେ ଜଳିଛି। ଶୋକାକୁଳ ପରିବେଶ ମଧ୍ୟରେ ପରିବାର ଲୋକମାନେ ଆତ୍ମୀୟଙ୍କୁ ବିଦାୟ ଦେଇଥିଲେ। ମୃତକଙ୍କ ମଧ୍ୟରୁ ଯାମିନୀ ବଲ୍ଲଭ ଦାସଙ୍କ ଘର ପୁରୀ ଜିଲ୍ଲା ପିପିଲିରେ ବୋଲି ଜଣାପଡିଛି। ଯାମିନୀଙ୍କ ସମେତ ଗଞ୍ଜାମର ଅନିତା ଆଚାର୍ଯ୍ୟ, ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଳକ ହିନ୍ଦୋ‌ଳ ରୋଡର ମିନତୀ ବେହେରା, ଦେବଗଡର ବର୍ଷା ପାଣି, ନୟାଗଡର କୁମାର ସୌମ୍ୟ ରଂଜନଙ୍କ ଶବ ସ୍ବର୍ଗଦ୍ବାରରେ ଦାହ କରାଯାଇଛି।

ସମ୍ବନ୍ଧିତ ଖବର