ମହାନଦୀରେ ବସ୍‌ ଦୁର୍ଘଟଣା: ୧୦ ଜଣଙ୍କ ମୃତ୍ୟୁ ପାଇଁ ଦାୟୀ କିଏ? : ଘାତକଙ୍କୁ ସରକାରୀ ସୁରକ୍ଷା

୯୦-୧୦୦ କି.ମି. ବେଗରେ ଆସୁଥିଲା ବସ୍‌, ଡ୍ରାଇଭର ନାଁରେ ଏତଲା ଦେଇ ଦୋଷ ଝାଡ଼ିଲେ

ଭୁବନେଶ୍ବର/କଟକ : ନିରାପଦ ଓ ଆରାମଦାୟକ ଯାତ୍ରା ପାଇଁ ଏସି ସ୍ଲିପର ବସ୍‌ରେ ଆସୁଥିଲେ ଯାତ୍ରୀ। ଆଉ କେତେ ମିନିଟ୍‌ ପରେ ନିର୍ଧାରିତ ସ୍ଥାନ କଟକରେ ପହଞ୍ଚିଥାନ୍ତେ। କାଳ ଭଳି ସାମ୍ନାକୁ ମାଡ଼ି ଆସିଲା କଳା ମଇଁଷି। ହଡବଡେଇ ଗଲେ ଡ୍ରାଇଭର। ନିୟନ୍ତ୍ରଣ ବାହାରକୁ ଚାଲିଗଲା ବସ।

ଏହାର ପରିଣାମ ଅତ୍ୟନ୍ତ ଭୟାନକ। ମହାନଦୀ ଗର୍ଭରେ ଯାତ୍ରୀ ସହ ବସ ଖସିପଡିଲା। ଘଟଣାର ବିବରଣୀ ଯିଏ ଶୁଣୁଛି ଲୋମଟାଙ୍କୁରି ଯାଉଛି। ଆହତ ଯାତ୍ରୀମାନେ ଦୁର୍ଘଟଣାର ଚିତ୍ର ବୟାନ କରିବା ବେଳେ କୋହ ଚାପି ପାରୁନାହାନ୍ତି। ଏତେ ଭୟଭୀତ ଯେ ସେମାନଙ୍କ ଆଖିରୁ ଏହା ଜଳ ଜଳ ହୋଇ ଦିଶୁଛି। ଆଉ ପରିବାର, ସଂପର୍କୀୟଙ୍କ କଥା ନ କହିବା ଭଲ। ପ୍ରିୟଜନଙ୍କୁ ହରାଇବାର ଦୁଃଖକୁ ସହିପାରୁନାହାନ୍ତି। ହୃଦୟ ବିଦାରି ହୋଇପଡୁଛି। ଯେଉଁମାନେ ଅଳ୍ପକେ ରକ୍ଷା ପାଇଯାଇଛନ୍ତି, ସେମାନେ ଭଗବାନଙ୍କୁ ଧନ୍ୟବାଦ ଦେଉଛନ୍ତି, କିନ୍ତୁ ମାନସିକ ସ୍ଥିତି ଦୋହଲିଯାଇଛି।

କଟକ ମହାନଦୀ ପୋଲ ଉପରେ ମଙ୍ଗଳବାର ସନ୍ଧ୍ୟାରେ ଘଟିଥିବା ଏହି ଭୟାନକ ଦୁର୍ଘଟଣାର ଗମ୍ଭୀରତା ଆଜି ସମଗ୍ର ରାଜ୍ୟକୁ ଦୋହଲାଇେଦଇଛି। ଇତିମଧ୍ୟରେ ରାଜ୍ୟପାଳ, େକନ୍ଦ୍ରମନ୍ତ୍ରୀ, ରାଜ୍ୟ ସରକାରଙ୍କ ଏକାଧିକ ମନ୍ତ୍ରୀ ହସ୍ପିଟାଲ ବୁଲି ଆହତଙ୍କ ଚିକିତ୍ସା ବ୍ୟବସ୍ଥା ତଦାରଖ କରିଛନ୍ତି। କିନ୍ତୁ ଏତେ ବଡ଼ ଘଟଣା କେମିତି ଘଟିଲା, ଏଥିପାଇଁ ଦାୟୀ କିଏ? କାହା ଭୁଲ ପାଇଁ ୧୦ଟି ନିରୀହ ଜୀବନ ଚାଲିଗଲା? ୫୦ରୁ ଅଧିକ ଲୋକଙ୍କ ଜୀବନ ବାଜିରେ ଲାଗିଲା? କାହିଁକି ଜାତୀୟ ରାଜପଥ ଉପରେ ବାରମ୍ବାର ଏଭଳି ଘଟଣା ଘଟୁଛି? ଏ ପ୍ରଶ୍ନର ଉତ୍ତର ମିଳିଲାନି। ଏସବୁ ନେତା, ମନ୍ତ୍ରୀ ବି ଖୋଜୁନାହାନ୍ତି?

ରାଜ୍ୟ ସରକାର ଏତେ ବେଫିକର େହାଇପଡିଛନ୍ତି େଯ ଘଟଣାକୁ ନେଇ େଯମିତି ପ୍ରତିକ୍ରିୟା ପ୍ରକାଶ କରିବା କଥା ତାହା ପରିଲକ୍ଷିତ େହଉନାହିଁ। ଡାକ୍ତରଖାନାରେ ଆଇସିୟୁରେ ଜୀବନ ସହିତ ଯୁଝୁଥିବା ଡ୍ରାଇଭର ବିେରାଧରେ ମାମଲା ରୁଜୁ କରି ନିଜ ଦାୟିତ୍ବକୁ ଝାଡିେଦଇଛନ୍ତି। ଏହି ଘଟଣାରେ ସଡକ ପରିବହନ ଅଧିକାରୀ, ଏମଭିଆଇ, ଜିଲ୍ଲା ପ୍ରଶାସନ, ଜାତୀୟ ରାଜପଥ କର୍ତ୍ତୃପକ୍ଷ େଦାଷମୁକ୍ତ? ଯିଏ ମୂଳତଃ ଏହି ଘଟଣା ପାଇଁ ଦାୟୀ, ତାଙ୍କରି େନତୃତ୍ବରେ ଏହି ଘଟଣାର ତଦନ୍ତ େହବ? ଏମଭିଆଇ, ପୁଲିସ, ଜାତୀୟ ରାଜପଥ କର୍ତୃପକ୍ଷ ତଦନ୍ତ କରିେବ? େଖାଦ୍ ପରିବହନ ମନ୍ତ୍ରୀ ନୃସିଂହ ସାହୁ ତାଙ୍କ ଉପରେ ଭରସା କରି ଏେତ ବଡ଼ ଦୁର୍ଘଟଣାର କାରଣ େଖାଜିେବନି? ନିେଜ ଥରୁଟିଏ ବି ସମୀକ୍ଷା କରିେବନି?ଏମିତି ପୁଳା ପୁଳା ପ୍ରଶ୍ନ ଏବେ ରାଜ୍ୟବାସୀଙ୍କୁ ଆନ୍ଦୋଳିତ କଲାଣି। ସରକାରଙ୍କ ହାଲୁକା ପଣକୁ େକହି ହଜମ କରିପାରୁନାହାନ୍ତି।

ବସ୍‌ରେ ଯାତ୍ରା କରୁଥିବା ଜଣେ ଯାତ୍ରୀ ଅଂଶୁମାନ ଗଣମାଧ୍ୟମ ସାମ୍ନାରେ କହିଛନ୍ତି, ଦୁର୍ଘଟଣା ହେବା ସମୟରେ ପ୍ରଥମେ କିଛି ବୁଝି ପାରିନଥିଲୁ। ତାପରେ େଚତା େଫରିବା ବେଳକୁ ବସ୍ ଯାଇ ପୋଲ ତଳେ । ପାଖରେ ବସିଥିବା ଯାତ୍ରୀଙ୍କ ମୁଣ୍ଡରୁ ରକ୍ତ ଝରୁଥିଲା। ଭଗବାନଙ୍କ ଆଶୀର୍ବାଦରୁ ତାଙ୍କୁ ଅଳ୍ପ ଆଘାତ ଲାଗିଛି। ଦୁର୍ଘଟଣା ସମୟରେ ବସଟି କିନ୍ତୁ ୯୦ରୁ ୧୦୦କିଲୋମିଟର ବେଗରେ ଯାଉଥିଲା ବୋଲି ସେ କହିଛନ୍ତି ।

ଅନ୍ୟ ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ବସଟି ପ୍ରଥମେ ମଇଁଷିକୁ ଧକ୍କା ଦେଇ ଡାହାଣ ପଟକୁ ମାଡିଗଲା। ଟାୟାର ଫାଟିଗଲା। ବାଡ ଭାଙ୍ଗି ନଦୀ ଭିତରକୁ ବସଟି ଖସିବା ପୂର୍ବରୁ ଅଳ୍ପ େକଇ ମୁହୂର୍ତ ଝୁଲି ରହିଥିଲା।

ଉଲ୍ଲେଖଥାଉକି, ୨୦ବର୍ଷ ତଳେ ମହାନଦୀେର ଅନୁରୂପ ଢଙ୍ଗରେ ଏକ ବସ ଖସିପଡିଥିଲା, ଏଇ ନଭେମ୍ବର ମାସରେ। ନିକଟରେ ୨୦୧୬ରେ ଦେବଗଡ ଗଇଲୋ ଘାଟି ଦୁର୍ଘଟଣାରେ ୩୩ଜଣଙ୍କ ମୃତ୍ୟୁ ଘଟିଥିଲା।ଏହାର କିଛିଦିନ ପରେ ଅନୁଗୁଳ ଜିଲ୍ଲାର ଆଠମଲ୍ଲିକଠାରେ ବସ୍‌ ଦୁର୍ଘଟଣାରେ ୧୬ଜଣ ପ୍ରାଣ ହରାଇଥିଲେ। ଏହା ପରେ ପରିବହନ ବିଭାଗ ପକ୍ଷରୁ ଦୁର୍ଘଟଣା ରୋକିବା ପାଇଁ ଏକାଧିକ ନିର୍ଦ୍ଦେଶାବଳୀ ଜାରି େହାଇଥିଲା। ବସ୍‌ର ସ୍ପିଡ୍‌ କେଉଁ ସ୍ଥାନରେ କେତେ ରହିବ ଓ ଗାଡିର ଫିଟ୍‌ନେସ୍‌ ନିୟମିତ ଯାଞ୍ଚ କରିବା ଭଳି ଅନେକ କଥା କୁହାଯାଇଥିଲା। କିନ୍ତୁ ମହାନଦୀ େପାଲ ଦୁର୍ଘଟଣା ବୟାନ କରୁଛି, ସରକାରଙ୍କ ଏହି ନିେର୍ଦଶନାମାକୁ ତଥାକଥିତ ଅଧିକାରୀମାେନ ଫାଇଲ ଭିତରେ ଚାପି େଦଇଛନ୍ତି।

ମିଳିଥିବା ସୂଚନା ମୁତାବକ, ରାଜ୍ୟର ବିଭିନ୍ନ ସ୍ଥାନରେ େଯଉଁ ୨୦୯ଟି ବ୍ଲାକସ୍ପଟ୍ ରହିଛି, େସ ମଧ୍ୟରୁ କଟକ ଉପକଣ୍ଠରେ ଥିବା ମହାନଦୀ େପାଲସ୍ଥଳୀ ଅନ୍ୟତମ। ଏଠାେର ବସଟି ୯୦-୧୦୦ କିେଲାମିଟର େବଗରେ ଗଲା େକମିତି? ଦ୍ରୁତଗତିରେ ଯାଉଥିବା ଗାଡିଚାଳକଙ୍କୁ ସ୍ପିଡ୍ ଡିେଟକ୍ଟର ଜଗୁଛି? ଏହା କାହା ଦାୟିତ୍ବ? ଜାତୀୟ ରାଜପଥ ଉପରେ ହଠାତ୍‌ ମଇଁଷି ଚାଲିଆସିଥିବାରୁ ବସ୍‌ ଦୁର୍ଘଟଣାଗ୍ରସ୍ତ ହେଲା। ରାଜରାସ୍ତାରେ ବୁଲୁଥିବା ଗୋରୁ ଓ ମଇଁଷିଙ୍କୁ ଜଗିବ କିଏ? ଆଉ େକତେ ଦୁର୍ଘଟଣା ଘଟିଲେ, େକତେ ମୁଣ୍ଡ ଗଲେ, ଜିଲ୍ଲା ପ୍ରଶାସନ ଏ ଦିଗରେ ପଦକ୍ଷେପ େନବ? େକବଳ େସତିକି ନୁେହଁ, ମହାନଦୀ ଉପର ଅନ୍ଧାରୁଆ ପୋଲ ମଧ୍ୟ ଦୁର୍ଘଟଣାର ଅନ୍ୟ ଏକ କାରଣ େବାଲି କୁହାଯାଉଛି। ମହାନଦୀ ପୋଲ ଉପରେ ଏଯାବତ୍ ବିଜୁଳି ଆଲୋକର ବ୍ୟବସ୍ଥା କରାଯାଇନାହିଁ କାହିଁକି? ଏହାର ଉତ୍ତର ଦେବ କିଏ? ସର୍ବୋପରି ତ୍ରୁଟିପଥ ରାଜପଥ ନିର୍ମାଣକୁ ମଧ୍ୟ ଦୁର୍ଘଟଣା ବୃଦ୍ଧିର ଅନ୍ୟ ଏକ କାରଣ େବାଲି ବିେଶଷଜ୍ଞ ମତ ରଖୁଛନ୍ତି।

ସମ୍ବନ୍ଧିତ ଖବର