ପୁରୀରୁ ଅାସୁଥିବା ଯାତ୍ରୀବାହୀ ବସ୍‌ କଳ୍ପନା ଛକରେ ଗଛରେ ପିଟିହେଲା, ବସ ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଡ଼ ଦୁର୍ଘଟଣାରୁ ବର୍ତ୍ତିଲେ ଯାତ୍ରୀ

ଭୁବନେଶ୍ୱର: ମଙ୍ଗଳବାର ସକାଳୁ ପୁରୀରୁ ଭୁବନେଶ୍ୱରସ୍ଥିତ ବରମୁଣ୍ଡାକୁ ଆସୁଥିବା ଏକ ଯାତ୍ରୀବାହୀ ବସ୍‌ କଳ୍ପନା ଛକ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣା କହାରି ବିଶେଷ କିଛି କ୍ଷୟକ୍ଷତି ହୋଇ ନଥିବା ଜଣାପଡ଼ିଛି। ସମାନ୍ୟ ଆଘାତ ଲାଗିଥିବା ଯାତ୍ରୀଙ୍କୁ ଦମକଳ ବିଭାଗ ପକ୍ଷରୁ କ୍ୟାପିଟାଲ୍  ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ, ମଙ୍ଗଳବାର ସକାଳୁ ପୁରୀରୁ ଶାରଳା ବସ୍‌ ୩୦ରୁ ଊର୍ଧ୍ୱ ଯାତ୍ରୀଙ୍କୁ ନେଇ ବରମୁଣ୍ଡା ଅଭିମୁଖେ ଯାଉଥିଲା । ଗତକାଲି ମହାପ୍ରଭୁଙ୍କ ସୁନାବେଶ ଥିବାରୁ ବି ଆଜି ବସ୍‌ ଓ ରାସ୍ତା ପ୍ରବଳ ଭିଡ ଥିଲା। ତେବେ ବସ୍‌ଟି କଳ୍ପନା ଛକ ନିକଟରେ ହଠାତ୍‌ ନିୟନ୍ତ୍ରଣ ହରାଇ ଥିଲା। ବସ ଚାଳକ ଉପସ୍ଥିତ ବୁଦ୍ଧି ଖଟାଇ ବସ୍‌ଟିକୁ ଡିଭାଇଡର ଉପରେ ଚଢ଼ାଇ ଦେଇଥିଲେ, ଫଳରେ ବସ୍‌ଟି ଗଛରେ ପିଟି ହୋଇ ଅଟକି ଯାଇଥିଲା। ଚାଳକ ଯଦି ଏପରି କରି ନ ଥାଆନ୍ତେ ତେବେ କେତେକଙ୍କ ଲୋକଙ୍କ ଜୀବନ ଚାଲିଯିବାର ଅନେକ ଅାଶଙ୍କା ଥିଲା। ଏହି ଦୁର୍ଘଟଣାରେ ବସ୍‌ରେ ବସିଥିବା ଯାତ୍ରୀଙ୍କୁ ସାମାନ୍ୟ ଆଘାତ ଲାଗିଥିଲା, ଦୁର୍ଘଟଣାରେ ଘଟିଥିବା ସ୍ଥାନରେ ଦମକଳ କେନ୍ଦ୍ର ଥିବା ହେତୁ ସଙ୍ଗେସଙ୍ଗେ ଦମକଳ ବହିନୀ ଘଟଣାସ୍ଥଳରେ ପହଞ୍ଚି ବସ ଭିତରୁ ଗୁରୁତର ଯାତ୍ରୀଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍‌ପିଟାଲରେ ନେଇ ଭର୍ତ୍ତି କରିଥିଲେ। ଏହି ଦୁର୍ଘଟଣାରେ କୌଣସି ଯାତ୍ରୀଙ୍କ ମୃତ୍ୟୁ ହୋଇ ନ ଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର