ପାଟପୁର : ଗଞ୍ଜାମ ଜିଲ୍ଲାର ଡେଥ୍ଜୋନ୍ ତପ୍ତପାଣି ଘାଟିରେ ଆଜି ସକାଳେ ଘନ କୁହୁଡ଼ି ଯୋଗୁଁ ବ୍ରିଜ୍ରେ ପିଟି ହୋଇ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ହେଲେ ସୌଭାଗ୍ୟବଶତଃ ବସ୍ର ଗୋଟିଏ ଚକ ସାମାନ୍ୟ ତଳକୁ ଖସି ବସ୍ ଝୁଲନ୍ତା ଅବସ୍ଥାରେ ରହିବାରୁ ଏକ ବଡ଼ଧରଣର ଅଘଟଣକୁ ଏଡ଼ାଇ ଦିଆଯାଇ ପାରିଥିଲା। ୪୫ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବସ୍ ଭିତରୁ ଓହ୍ଲାଇ ପଡ଼ିଥିବାବେଳେ ୨ଜଣ ସାମାନ୍ୟ ଆହତ ହୋଇଥିଲେ।
ସୂଚନାନୁସାରେ ଘରୋଇ ବସ୍ (ମହାବୀର-ଓଆର୍୦୭-ଏନ୍-୮୨୮୨)ଟି ଆଜି ସକାଳ ସାଢ଼େ ୭ଟାରେ ଗଜପତି ଜିଲ୍ଲା ମୋହନାର ଚୁଡ଼ଙ୍ଗପୁରରୁ ବ୍ରହ୍ମପୁର ଆସୁଥିଲା। ତେବେ ତପ୍ତପାଣି ଘାଟିର ଖେମୁଣ୍ଡିଖୋଲ ନିକଟରେ ଘନ କୁହୁଡ଼ି ଯୋଗୁଁ ବୁଲାଣି ରାସ୍ତାରେ ବସ୍ଟି ଭାରସାମ୍ୟ ହରାଇ ବ୍ରିଜ୍ ପାଚେରିକୁ ପିଟି ହୋଇଯାଇଥିଲା। ବ୍ରିଜ୍ ଭାଙ୍ଗି ଗୋଟିଏ ଚକ ବାହାରପଟକୁ ପଳାଇଯାଇଥିଲା। ଫଳରେ ଯାତ୍ରୀମାନେ ଚିତ୍କାର କରି ଉଠିଥିଲେ। ହେଲେ ବସ୍ ସୌଭାଗ୍ୟବଶତଃ ତଳକୁ ନଖସିବାରୁ ଯାତ୍ରୀ ମାନେ ଆଶ୍ବସ୍ତ ହୋଇ ନିଜେ ଓହ୍ଲାଇ ପଡ଼ିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/bus-accident.jpg)