ବ୍ରହ୍ମପୁର: ତପ୍ତପାଣି ଘାଟିର ପାଳଖୋଳାରେ ଗୁରୁବାର ସନ୍ଧ୍ୟାରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଯାତ୍ରୀବାହୀ ବସ୍ ଓଲଟିବାରୁ ୬ ଜଣ ଯାତ୍ରୀ ଆହତ ହୋଇଛନ୍ତି। ୨ ଜଣ ଗୁରୁତର ଥିବା ଜଣାପଡ଼ିଛି। ଆହତ ଯାତ୍ରୀମାନଙ୍କର ପରିଚୟ ମିଳିପାରି ନାହିଁ।
ସୂଚନା ଅନୁସାରେ ଛତିଶଗଡ଼ ନମ୍ବର ଥିବା ଯାତ୍ରୀବାହୀ ବସ୍ ‘ଭୁବନେଶ୍ବରୀ’ ଆଜି ସନ୍ଧ୍ୟାରେ ତପ୍ତପାଣି ଘଶଟି ଦେଇ ପୁରୀ ଅଭିମୁଖେ ଯାଉଥିଲା। ପାଳଖୋଳା ଠାରେ ବସ୍ର ଡ୍ରାଇଭର ଭାରସାମ୍ୟ ହରାଇଥିଲେ। ଫଳରେ ଦୁର୍ଘଟଣା ଘଟିଥିଲା। ଘଟଣାସ୍ଥଳରେ ୬ ଆହତ ଏବଂ ୨ ଗୁରୁତର ହୋଇଥିଲେ।
ସୂଚନା ପାଇ ପାଟପୁର ପୁଲିସ ଓ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଆହତମାନଙ୍କୁ ଡାକ୍ତରଖାନା ସ୍ଥାନାନ୍ତରିତ କରାଯାଉଥିବା ବେଳେ ବସ୍କୁ ଉଦ୍ଧାର କରିବା ପାଇଁ ଆହୁରି କିଛି ଘଣ୍ଟା ସମୟ ଲାଗିପାରେ। ତେବେ ଏହି ଦୁର୍ଘଟଣା ପରେ ଯାତାୟତ ପ୍ରଭାବିତ ହୋଇଛି। ଉଭୟ ପାର୍ଶ୍ବରେ ବହୁ ସଂଖ୍ୟାରେ ଯାନବାହନ ଅଟକି ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/02/df1ffa22-0fd5-4865-9a09-8078b5866461.jpeg)