ଭଣ୍ଡାରିପୋଖରୀ: କୋଲକାତାରୁ ପର୍ଯ୍ୟଟକଙ୍କୁ ନେଇ ପୁରୀ ଯାଉଥିବା ଏକ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି | ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ପେଟ୍ରୋଲ ପମ୍ପ ନିକଟରେ ଏହି ଯାତ୍ରୀବାହୀ ବସ ଓଲଟିପଡିଛି | ଏହି ଦୁର୍ଘଟଣାରେ ଅନେକ ଯାତ୍ରୀ ଆହତ ହୋଇଥିବାବେଳେ ସ୍ଥାନୀୟ ଦମକଳ ବାହିନୀ ଉଦ୍ଧାର କାର୍ଯ୍ୟରେ ଲାଗିଛି। ମିଳିଥିବା ସୂଚନା ମୁତାବକ ପ୍ରାୟ ୬୨ ଜଣ ପର୍ଯ୍ୟଟକଙ୍କୁ ନେଇ ଶିବମ ନାମକ ବସ କୋଲକାତାରୁ ପୁରୀ ଯାଉଥିଲା |
/sambad/media/post_attachments/wp-content/uploads/2023/07/386c739e-a0a0-477e-b7f5-b5878eb423a0-300x169.jpg)
ତେବେ ୧୬ନଂ ଜାତୀୟ ରାଜପଥର ଛତାବର ନିକଟରେ ଆଜି ସକାଳ ପ୍ରାୟ ୧୦ଟା ସମୟରେ ଏହି ଟୁରିଷ୍ଟ ବସ ଓଲଟି ପଡିଥିଲା । ବସଟି ଭାରସାମ୍ୟ ହରାଇ ଛତାବର ପେଟ୍ରୋଲ ପମ୍ପ ନିକଟରେ ଓଲଟି ପଡିଥିବାବେଳେ ଏଥିରେ ପ୍ରାୟ ୬୨ ଜଣ ଯାତ୍ରୀ ଥିବାବେଳେ ୪୦ ଜଣ ଯାତ୍ରୀ ଆହତ ହୋଇଛନ୍ତି ଓ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି | ସ୍ଥାନୀୟ ଲୋକ, ପୁଲିସ ଓ ଦମକଳ ବାହିନୀ ଦ୍ୱାରା ଉଦ୍ଧାର କାର୍ଯ୍ୟ ଚାଲିଥିବାବେଳେ ଆହତମାନଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ପଠାଯାଇଛି। ଘଟଣାସ୍ଥଳରେ ଥାନା ଅଧିକାରୀ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/d79756ca-6a94-48af-b1f8-f59099eb90e4.jpg)