ଗଜପତି : ଗଜପତି ଜିଲ୍ଲା ସେରଙ୍ଗ ଥାନା ଅନ୍ତର୍ଗତ ମାର୍ଲଭା ଘାଟିର ତିତିସିଂ ନିକଟରେ ଇସ୍ପାତ ନାମକ ଘରୋଇ ବସ ଦୁର୍ଘଟଣାଗ୍ରସ୍ତ ହୋଇଥିବାର ଖବର ମିଳିଛି। ଆଜି ସକାଳ ପ୍ରାୟ ୬ଟା ସମୟରେ ଏହା ଘଟିଥିବା ଜଣାଯାଇଛି। ବସଟି ଭୁବନେଶ୍ବରରୁ ପାରଳାଖେମୁଣ୍ଡି ଅଭିମୁଖେ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାଯାଇଛି।
ଖବର ପାଇଦୁର୍ଘଟଣା ସ୍ଥଳରେ ଖଜୁରିପଦା ପୁଲିସ ପହଞ୍ଚି ଗ୍ରାମବାସୀଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ କରିଥିବାର ସୂଚନା ମିଳିଛି। ଏହି ଘରୋଇ ବସରେ ପ୍ରାୟ ୧୫ ରୁ ୨୦ ଜଣ ଯାତ୍ରୀ ରହିଥିବା ବେଳେ ୬ ଜଣ ଗୁରୁତରଭାବେ ଆହତ ହୋଇଛନ୍ତି। ଆଜି ସକାଳେ ଭୁବନେଶ୍ୱରରୁ ପାରଳାଖେମୁଣ୍ଡି ଯାଉଥିବା ଏହି ଘରୋଇ ଯାତ୍ରୀବାହୀ ବସ୍ ହଠାତ୍ ଭାରସାମ୍ୟ ହରାଇଥିବା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି।
/sambad/media/post_attachments/wp-content/uploads/2019/10/aggd-225x300.jpg)
ସମସ୍ତଙ୍କୁ ଖଜୁରିପଦା ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କୁ ପାରଳାଖେମୁଣ୍ଡିରେ ଥିବା ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/10/bus-accd.jpg)