ସମ୍ବଲପୁର: ବୁର୍ଲା ପିସି ବ୍ରିଜ୍‌ ନିକଟରେ ଏକ ବସ୍‌ ଗୁରୁବାର ବିଳମ୍ବିତ ରାତିରେ ଏକ ବସ୍‌ ସମ୍ପର୍ଣ୍ଣ ଜଳିଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଏକ ଘରୋଇ ବସ୍‌(ଓଡି ୧୫ କେ ୦୩୫୫) ପିସି ବ୍ରିଜ୍‌ ନିକଟରେ ଛିଡ଼ା ହୋଇଥିଲା। ବସ୍‌ ଭିତରେ କଣ୍ଡକ୍‌ଟର୍‌ ମଧ୍ୟ ଶୋଇଥିଲେ। ରାତି ସାଢ଼େ ୧ଟା ୪୫ ପାଖାପାଖି କୌଣସ କାରଣରୁ ବସ୍‌ରେ ନିଆଁ ଲାଗି ଯାଇଥିଲା।

Advertisment

ବସ୍‌ କଣ୍ଟକ୍‌ଟର୍‌ ଜଣକ ନିଦରୁ ଉଠିପଡ଼ି ବସ୍‌ରୁ ଓହ୍ଲାଇ ପଡି ଅଗ୍ନିଶମ ବାହିନୀକୁ ଜଣାଇଥିଲେ। ବୁର୍ଲା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲା। ତେବେ ସେତିକି ବେଳକୁ ବସ୍‌ଟି ସମ୍ପୂର୍ଣ୍ଣ ଭାବେ ଜଳି ଯାଇଥିଲା। ବିଦ୍ୟୁତ୍‌ ସର୍ଟ ସର୍କିଟ୍‌ କାରଣରୁ ବସ୍‌ଟିରେ ନିଆଁ ଲାଗିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ଅଗ୍ନିଶମ ବାହିନୀ ପକ୍ଷରୁ କହାଯାଇଛି।