ରାୟଗଡ଼ା – କୋରାପୁଟ ରାସ୍ତାରେ ନିଆଁ ଲାଗି ଜଳିଗଲା ବସ୍, ବର୍ତ୍ତିଲେ ୫୦ରୁ ଉର୍ଦ୍ଧ୍ବ ଯାତ୍ରୀ

ରାୟଗଡ଼ା: ଶୁକ୍ରବାର ବିଳମ୍ବିତ ରାତିରେ ନିଆଁ ଲାଗି ଜଳି ଯାଇଛି ଯାତ୍ରୀବାହୀ ବସ।  ରାୟଗଡ଼ା – କୋରାପୁଟ ରାସ୍ତାର   ସିରିକଣା ତାରିଣୀ ମନ୍ଦିର ନିକଟରେ ଘଟିଛି ଏହି ଘଟଣା। ନିଆଁ ଲାଗି ବସଟି ଜଳି ଯାଇଥିବା ବେଳେ ସୌଭାବଶତଃ ବର୍ତ୍ତି ଯାଇଛନ୍ତି ୫୦ରୁ ଉର୍ଦ୍ଧ୍ବ ଯାତ୍ରୀ। ନବରଙ୍ଗପୁର କୋଷାଗୁମୁଡ଼ାରୁ ବସଟି ଗଞ୍ଜାମ ଜିଲ୍ଲାର ପୋଲାସରା ଅଭିମୁଖେ ଯାଉଥିଲା। ଲକ୍ଷ୍ମୀପୁର ନିକଟରେ ବସରୁ ପୋଡ଼ାଗନ୍ଧ ବାହାରିଥିଲା।

ଯାତ୍ରୀମାନେ ଏ ସମ୍ପର୍କରେ ଡ୍ରାଇଭରଙ୍କୁ ଅବଗତ କରିଥିଲେ। କିନ୍ତୁ ଡ୍ରାଇଭର ଏଥି ପ୍ରତି ଧ୍ୟାନ ଦେଇନଥିଲେ। ଫଳରେ ରାତି ୨ ଟାରେ ରାୟଗଡ଼ା ନିକଟରେ ବସଟି ଜଳି ଯାଇଥିଲା। ନିଆଁ ଦେଖି ଯାତ୍ରୀମାନେ ବସରୁ ଓଲ୍ହାଇ ଯାଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗ ଓ ପୁଲିସ ପହଞ୍ଚି ଥିଲେ ମଧ୍ୟ ବସକୁ ଅଗ୍ନିକାଣ୍ଡରୁ ରକ୍ଷା କରିପାରିନଥିଲେ। ପୁଲିସ ଏକ ବସ ସାହାଯ୍ୟରେ ସମସ୍ତ ଯାତ୍ରୀଙ୍କୁ ବସଷ୍ଟାଣ୍ଡରେ ଛାଡ଼ିଥିଲା।

ସମ୍ବନ୍ଧିତ ଖବର