ଯବାନଙ୍କୁ ନେଇ ଯାଉଥିବା ବସ୍ ପୋଲ ତଳକୁ ଖସିଲା, ଅଳ୍ପକେ ବର୍ତ୍ତିଲେ ଯବାନ 

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ଆଜି ଏକ ଦୁର୍ଘଟଣା ଘଟିଥିଲେ ମଧ୍ୟ ଅଳ୍ପକେ ବର୍ତ୍ତିଯାଇଛନ୍ତି ଯବାନ। ଡିଆରଜି ଯବାନ କୁମ୍ବିଂ ସାରି କ୍ୟାମ୍ପକୁ ଫେରୁଥିବା ସମୟରେ ଏକ ପୋଲକୁ ପାର କରୁଥିବା ବେଳେ ଗାଡିଟି ପୋଲ ତଳକୁ ଖସିଯାଇଥିଲା। ତେବେ ଏହି ଘଟଣାରେ କୌଣସି ଯବାନଙ୍କ କିଛି କ୍ଷତି ଘଟି ନଥିବା କୁହାଯାଇଛି।

ଆଜି ଦିନ ଦ୍ବିପହର ସମୟରେ ଡିଆରଜି ଯବାନ କୁମ୍ବିଂ ସାରି କ୍ୟାମ୍ପକୁ ଫେରୁଥିଲେ। ତେବେ ଜଂଗଲ ମଧ୍ୟରେ ରହିଥିବା ଏକ ପୋଲ ଉପରେ ବର୍ଷା ପାଣି ପ୍ରବାହିତ ହେଉଥିବା ଦେଖି ଅଟକି ଯାଇଥିଲେ। କିନ୍ତୁ ଗାଡିର ଡ୍ରାଇଭର ପୋଲକୁ ପାର କରିବାକୁ ସାହସ ଦେଖାଇଥିଲା। ଏହି ସମୟରେ ଏହି ଗାଡିରେ ବସିଥିବା ପ୍ରାୟ ୩୦ ଜଣ ଯବାନଙ୍କ ମଧ୍ୟକୁ କିଛି ଯବାନ ଗାଡିରୁ ଓହ୍ଲାଇ ପଡିଥିଲେ।ପରେ ଗାଡିଟି ପୋଲକୁ ପାର କରୁଥିବା ବେଳେ ପାଣିରେ ଭାସିଯାଇ ପୋଲ ତଳକୁ ଖସି ପଡିଥିଲା। ତେବେ ଅନ୍ୟ ଯବାନମାନେ ଗାଡି ଉପରେ ବସିଥିବା ଯବାନଙ୍କୁ ଉଦ୍ଧାର କରିଥିଲେ। କୌଣସି ଯବାନଭ୍କର କିଛି କ୍ଷତି ହୋଇ ନଥିବା ଜଣାପଡିଛି। ତେବେ ବେପାରୁଆ ଭାବେ ଗାଡି ଚାଳନା ଯୋଗୁଁ ଏହି ଘଟଣା ଘଟିଥିବା କୁହାଯାଇଛି।ଏହି ଅଂଚଳ ସଂପୂର୍ଣ୍ଣ ନକ୍ସଲ ପ୍ରବଣ ହୋଇଥିବା ବେଳେ ଏଭଳି ଛୋଟ ଛୋଟ ଭୁଲ ନକ୍ସଲଙ୍କୁ ଟାର୍ଗେଟ କରିବାକୁ ସୁବିଧା ଯୋଗାଇ ଥାଏ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର