କବାଟବନ୍ଧ: ଚଣ୍ତିଖୋଲ-ଡୁବୁରି ୫୩ ନମ୍ବର ଜାତୀୟ ରାଜପଥର କବାଟବନ୍ଧ ନିକଟ ବ୍ରାହ୍ମଣୀସେତୁ ଉପରେ ଆଜି ସନ୍ଧ୍ୟାରେ ଏକ ଯାତ୍ରୀବାହୀ ବସ୍ ନାୟକ (ଓଡି ୦୨ ଏନ୍ ୦୦୪୫) ରେ ନିଆଁ ଲାଗିଯାଇଥିଲା। ବସ ଭିତରେ ଧୂଆଁ ହେବାରୁ ଯାତ୍ରୀମାନେ ହୋହଲ୍ଲା କରିଥିଲେ। ଚାଳକ ସଙ୍ଗେସଙ୍ଗେ ଗାଡ଼ି ଅଟକାଇବାରୁ ଯାତ୍ରୀମାନେ ଜୀବନ ବିକଳରେ ବସ୍ରୁ ଓହ୍ଲାଇ ପଡ଼ିଥିଲେ। ସଟ୍ ସର୍କିଟରୁ ବସର ପଛପଟେ ନିଆଁ ଲାଗିଯାଇଥିବା ଦେଖାଯାଇଥିଲା। ପାଣି ପକାଇ ପ୍ରାୟ ୧୫ ମିନିଟରେ ସଂପୂର୍ଣ୍ଣ ନିଆଁ ଲିଭାଯାଇଥିଲା। ସମୟୋଚିତ ପଦକ୍ଷେପ ଯୋଗୁଁ ୪୦ ଜଣ ଯାତ୍ରୀଙ୍କ ଜୀବନ ରକ୍ଷା ହୋଇଯାଇଥିଲା। କଟକରୁ ଭୁବନ ଅଭିମୁଖେ ଯାଉଥିବାବେଳେ ବ୍ରାହ୍ମଣୀ ପୋଲ ମଝିରେ ଏହି ଅଘଟଣ ଘଟିଥିଲା। ନିଆଁ ସଂପୂର୍ଣ୍ଣ ଲିଭିବାପରେ ବସଟି ପୁଣି ଗନ୍ତବ୍ୟସ୍ଥଳ ଅଭିମୁଖେ ବାହାରିଥିଲା।
ବସ୍ରେ ନିଆଁ, ବର୍ତ୍ତିଲେ ଯାତ୍ରୀ
/sambad/media/post_attachments/wp-content/uploads/2023/02/79e1fb7d-c6c3-4aa1-8a14-4bfa646db51c.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)