ରାଜସ୍ଥାନ କୋଟାରୁ ଛାତ୍ରଛାତ୍ରୀଙ୍କୁ ନେଇ ଆସିଥିବା ବସକୁ ରାଉରକେଲାରେ ଅଟକ ରଖିଲା ପ୍ରଶାସନ

ରାଉରକେଲା : ରାଜସ୍ଥାନ କୋଟା ରୁ ଛାତ୍ରଛାତ୍ରୀଙ୍କୁ ନେଇ ଆସିଥିବା ଏକ ବସକୁ ଜିଲ୍ଲା ପ୍ରଶାସନ ଓ ରାଉରକେଲା ମହାନଗର ନିଗମ ପକ୍ଷରୁ ଅଟକ ରଖାଯାଇଛି | ମିଳିଥିବା ସୂଚନା ମୁତାବକ କୋଟା ରୁ ୨୫ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଏକ ବସ ରାଉରକେଲା ଅଭିମୁଖେ ଆସିଥିଲା | ଏଥିମଧ୍ୟରୁ ରାଉରକେଲାର ୧୨ ଜଣ ଛାତ୍ରଛାତ୍ରୀ ଥିବାବେଳେ ଅନ୍ୟ ୧୩ ଜଣ ସମ୍ବଲପୁର ,ଅନୁଗୁଳ ,ନୂଆପଡା ,କଟକ ,ଯାଜପୁର ର ଥିଲେ | ୨ ଦିନ ତଳେ ଏହି ବସ ଟି କୋଟାରୁ ବାହାରିବାବେଳେ ଛାତ୍ରଛାତ୍ରୀଙ୍କର ମେଡିକାଲ ଯାଞ୍ଚ କରାଯାଇଥିଲା |

ଛାତ୍ରଛାତ୍ରୀଙ୍କ ହାତରେ ଷ୍ଟାମ୍ପଇଙ୍ଗୀ ପରେ ସମସ୍ତଙ୍କୁ ଛଡାଯାଇଥିଲା | କିନ୍ତୁ ସେଠାକାର ପ୍ରଶାସନ ରାଉରକେଲା ପ୍ରଶାସନକୁ କୋୖଣସି ସୂଚନା ଦେଇନଥିଲା | ତେବେ ସମ୍ବଲପୁର ,ଅନୁଗୁଳ ,ନୂଆପଡା ,କଟକ ,ଯାଜପୁର ର ଛାତ୍ରଛାତ୍ରୀ ନିଜ ନିଜ ଘରକୁ ପଳାଇଯାଇଥିବାବେଳେ ବସ ଟି ସିଧାସଳଖ ଆସି ସେକ୍ଟର ୨ ବସଷ୍ଟାଣ୍ଡରେ ଲାଗିଥିଲା |

ରାଉରକେଲାର ୧୨ ଜଣ ଛାତ୍ରଛାତ୍ରୀ ଙ୍କ ମଧ୍ୟରୁ କିଛି ନିଜ ଘରକୁ ପଳାଇଯାଇଥିଲେ | ଏ ବାବଦରେ ସୂଚନା ପାଇବା ପରେ ଅବଶିଷ୍ଟ ପିଲାମାନଙ୍କୁ ଓ ବସକୁ ରାଉରକେଲା ମହାନଗର ନିଗମର ଅଧିକାରୀମାନେ ବିପିୟୁଟି କ୍ୟାମ୍ପସକୁ ଆଣି ଅଟକ ରଖିଛନ୍ତି | ଯେଉଁପିଲାମାନେ ଘରକୁ ପଳାଇଛନ୍ତି ସେମାନଙ୍କର ମେଡିକାଲ ଯାଞ୍ଚ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି |

ସମ୍ବନ୍ଧିତ ଖବର