ଲୋଇସିଂହା: ଜାତୀୟ ରାଜପଥ ୨୬ର ଲୋଇସିଂହା ନିକଟରେ ଅଟକିଥିବା ଏକ ଟ୍ରେଲରକୁ ଶୁକ୍ରବାର ରାତି ପ୍ରାୟ ୮ଟା ସମୟରେ ବସ୍ ଧକ୍କା ଦେବାରୁ ପ୍ରାୟ ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଲୋଇସିଂହା ଠାରୁ ୨ କିମି ଦୂରରେ ରାସ୍ତା ଉପରେ ଟ୍ରେଲର (ଓଆର୍ ୧୫ ଏଚ୍ ୨୦୩୨) ଅଟକି ରହିଥିଲା। ଏହି ସମୟରେ ବଲାଙ୍ଗୀରରୁ ବରଗଡ଼ ଅଭିମୁଖେ ଯାଉଥିବା କୁମୁଦୁନୀ ନାମକ ଘରୋଇ ବସ୍ (ଓଡି ୧୭ ସି ୭୭୨୬) ଉକ୍ତ ଟ୍ରେଲରକୁ ପଛପଟରୁ ଧକ୍କା ଦେଇଥିଲା। ଫଳରେ ବସ୍ରେ ଥିବା ପ୍ରାୟ ୨୦ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ଖବର ପାଇ ସ୍ଥାନୀୟ କିଛି ଲୋକ ଏବଂ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଥିଲେ। ସେମାନଙ୍କୁ ନିକଟସ୍ଥ ଲୋଇସିଂହା ସ୍ବାସ୍ଥ୍ୟକେନ୍ଦ୍ରକୁ ଆମ୍ବୁଲାନସ୍ ଯୋଗେ ଆଣି ପ୍ରାଥମିକ ଚିକିତ୍ସା କରାଯାଇଛି।
ଟ୍ରେଲରକୁ ପଛପଟୁ ଧକ୍କା ଦେଲା ବସ୍, ୨୦ ଯାତ୍ରୀ ଆହତ
/sambad/media/post_attachments/wp-content/uploads/2022/07/83524d05-101c-431c-a536-812d8b4dd0b1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)