ତେଲକୋଇ: କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଥାନା ଅନ୍ତର୍ଗତ କାଞ୍ଜିପାଣି-ତେଲକୋଇ ପୂର୍ତ୍ତ ରାସ୍ତାର ବାରବାଙ୍କ ଘାଟିରେ ଆଜି ସନ୍ଧ୍ୟା ସାଢ଼େ ୭ଟା ବେଳେ ଆୟୁଷ (ଓଡି-୨୮-୪୪୯୪) ନାମକ ଏକ ବରଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍ଟି ଘାଟି ରାସ୍ତାରେ ତଳକୁ ଖସୁଥିବା ବେଳେ ଭାରସାମ୍ୟ ହରାଇ ବାମପାର୍ଶ୍ଵ ଗାର୍ଡୱାଲରେ ଧକ୍କା ହୋଇଥିଲା। ଏଥିରେ ଥିବା ୩୦ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିଲେ।
କେନ୍ଦୁଝରସ୍ଥିତ ତୈଳିକ ସମାଜ ଗୃହରେ ଅନୁଷ୍ଠିତ ଏକ ବିବାହ ଉତ୍ସବରେ ଯୋଗଦେଇ ବରଯାତ୍ରୀ ଦଳ ଦେବଗଡ଼ ଜିଲ୍ଲା କୁଟୁରାପଶି ଗ୍ରାମକୁ ଫେରୁଥିଲେ ବୋଲି ଜଣାପଡ଼ିଛି। ଖବର ପାଇ କାଞ୍ଜିପାଣି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀଙ୍କୁ ଅନ୍ୟ ଏକ ଗାଡ଼ିରେ ଘରକୁ ପଠାଇବା ବ୍ୟବସ୍ଥା କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/dg68dg65h654654dghdhdhdhdhhg.jpg)