ଜାତୀୟ ରାଜପଥରେ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ୩୦ରୁ ଊର୍ଦ୍ଧ୍ବ ଯାତ୍ରୀ

ହରଭଙ୍ଗା: ବଲାଙ୍ଗୀର-ଖୋର୍ଦ୍ଧା ୫୭ ନମ୍ବର ଜାତୀୟ ରାଜପଥର ମାଧପୁରସ୍ଥିତ ବିଶ୍ବଜିତ ଢାବା ନିକଟରେ ଆଜି ଭ‌ୋର ସକାଳୁ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୌଭାଗ୍ୟ ବଶତଃ ବସ୍‌ରେ ଥିବା ଯାତ୍ରୀମାନେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି। ଯାତ୍ରୀବାହୀ ବସ ରାସ୍ତା ପାର୍ଶ୍ଵରେ ଥିବା ଗୋଟିଏ ପୋଲ ପାର୍ଶ୍ଵରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଜଣାପଡିଛି।

ପ୍ରାପ୍ତ ସୂଚନା ଅନୁଯାଇ ଫୁଲବାଣୀରୁ ଭାୟା ମାଧପୁର ଦେଇ ଓଡି ୦୨ ଏପି ୮୧୯୯ ନଂ ବିଶିଷ୍ଟ ମା ଶାରଳା ନାମକ ଏକ ଘରୋଇ ଯାତ୍ରୀବାହୀ ବସ ୩୦ରୁ ଊର୍ଦ୍ଧ୍ବ ଯାତ୍ରୀମାନଙ୍କୁ ନେଇ ବଲାଙ୍ଗୀର-ଖୋର୍ଦ୍ଧା ୫୭ନଂ ଜାତୀୟ ରାଜପଥରରେ ଭୁବନେଶ୍ୱର ଯାଉଥିବା ବେଳେ ଚାଳକଙ୍କ ଆଖିପତା ଲାଗି ଯାଇଥିଲା।  ବସ୍‌ଟି ବିଶ୍ୱଜିତ ଢାବା ନିକଟସ୍ଥ ଏକ ପୋଲ ତଳକୁ ଖସି ଯାଉଥିବା ବେଳେ ଅଳ୍ପକେ ରକ୍ଷା ପାଇଯାଇଥିବା ଦେଖିବାକୁ ମିଳିଛି। ସୌଭାଗ୍ୟକୁ ଏହି ସଡକ ଦୁର୍ଘଟଣାରେ କୌଣସି ଯାତ୍ରୀ ଆହତ ହୋଇନଥିବା ଜଣାଯାଇଛି। ଖବର ପାଇ ଆଡେନିଗଡ଼ ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର କାରଣ ତଦନ୍ତ କରୁଥିବା ଜଣାପଡିଛି।

ସମ୍ବନ୍ଧିତ ଖବର