ପୋଲ ତଳକୁ ବସ୍ ଖସିବା ଘଟଣା : ବିପିୟୁଟି-ଡିପ୍ଲୋମା ଷ୍ଟୁଡେଣ୍ଟ୍‌ସ ୟୁନିୟନର ମହମବତି ଶୋଭାଯାତ୍ରା

ଭୁବନେଶ୍ବର : ତାଳଚେରରୁ କଟକ ଅଭିମୁଖେ ଆସୁଥିବା ବସ୍ ଜଗତପୁର ମହାନଦୀ ସେତୁ ଉପରେ ଭାରସାମ୍ୟ ହରାଇ ଖସିପଡ଼ିବା ଘଟଣାରେ ମୃତ ବ୍ୟକ୍ତିଙ୍କ ଆତ୍ମାର ସଦ୍‌ଗତି କାମନା କରିଛି ବିପିୟୁଟି-ଡିପ୍ଲୋମା ଷ୍ଟୁଡେଣ୍ଟ୍‌ସ ୟୁନିୟନ୍। ୟୁନିୟନର ଆବାହକ ବିଜୟ ବସନ୍ତିଆ ଓ ସଭାପତି ସୁବାଶିଷ ମହାନ୍ତିଙ୍କ ନେତୃତ୍ବରେ ମାଷ୍ଟର କ୍ୟାଣ୍ଟିନ୍ ଛକରେ ଏକ ମହମବତି ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ମୃତ ବ୍ୟକ୍ତିଙ୍କ ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା। ଶୋଭାଯାତ୍ରାରେ ପୂର୍ବତନ ସଭାପତି ସ୍ନେହାଶିଷ ପ୍ରଧାନ, ବିଜୁ ଛାତ୍ର ଜନତା ଦଳର ଜୋନ୍ ସଂପାଦକ ଜୟସୁରିଆ ପ୍ରଧାନ, ସଂଗଠନର ମୁଖ୍ୟ ସୁଜିତ ରାଉତରାୟ, ଅମୂଲ୍ୟ କର, ଉପ-ସଭାପତି ଶୁଭ୍ରାଂଶୁ ପୁହାଣ, ଅମର ସେଠୀ, ନୀତିଶ ନାୟକ, ସଂପାଦକ କମଳ ରାଉତ, କାର୍ତିକ କୁମାର ଜେନା, ମହେନ୍ଦ୍ର ନାୟକ, ସ୍ନେହାଶିଷ ପ୍ରସାଦ ସିଂ, ଅମନ ସାହାଣୀ, ଅବିନାଶ ପାଢ଼ୀ, ଶ୍ରୀଗୁରୁ ଅଭିନନ୍ଦନ, ଦେବକାନ୍ତ ଦଳ ବେହେରା ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର