ଭୁବନେଶ୍ବର: ରାଜ୍ୟରେ ଡିଜେଲ୍ ଦର କମିବା ପରେ ପରିବହନ ଗୁରୁବାର ଦିନ ବସ୍ ଭଡ଼ା କମାଯାଇଛି। ବସଭଡ଼ା ହ୍ରାସ ନେଇ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ, କିଲୋମିଟର ପିଛା ସାଧାରଣ ବସ୍ ଭଡ଼ା ୩ ପଇସା ହ୍ରାସ ପାଇଛି। ସେହିପରି କିଲୋମିଟର ପିଛା ଏସି ବସ୍ ଭଡ଼ା ୬ପଇସା କମାଯାଇଛି। ଅର୍ଡିନାରୀ ବସ ଭଡ଼ା ୯୨ରୁ ୮୯ ପଇସାକୁ ହ୍ରାସ ପାଇଛି।
ଏକ୍ସପ୍ରେସ ବସରେ ୯୬ରୁ ୯୩ ପଇସା, ଡିଲକ୍ସ ବସରେ ଟ ୧.୩୫ରୁ ୧.୨୯କୁ ହ୍ରାସ ପାଇଛି। ସେହିପରି ଏସି ଡିଲକ୍ସ ଭଡା ଟ୧.୩୬ରୁ ୧.୫୭ ପଇସାକୁ ହ୍ରାସ ପାଇଛି। ସୁପର ପ୍ରିମିୟମ ଭଡ଼ା ୨ଟଙ୍କା ୫୩ରୁ ୨ ଟଙ୍କା ୪୪ ପଇସା ହ୍ରାସ ପାଇଛି। ସଂଶୋଧିତ ବସ୍ ଭଡ଼ା ୨୬ତାରିଖରୁ ଲାଗୁ କରିବାକୁ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/Bus-Ticket-Fare-Down_Thumbnail.jpg)