ବଢ଼ିଲା ବସ୍‌ ଭଡ଼ା

ଭୁବନେଶ୍ବର : ଲଗାତର ଭାବେ ତୈଳ ଦର ବୃଦ୍ଧି ପାଉଥିବାରୁ ଆଜି ରାଜ୍ୟରେ ପୁଣି ଘରୋଇ ବସ୍‌ ଭଡ଼ା ବୃଦ୍ଧି ପାଇଛି। ଅଟୋମେଟିକ ମେକାନିଜମ୍‌ ସିଷ୍ଟମ୍‌ ଅନୁସାରେ ବସ୍‌ ଭଡ଼ା ୨ ରୁ ୪ ପଇସା ବୃଦ୍ଧି ପାଇଛି। ଅର୍ଡିନାରି ବସ୍‌ ଭଡ଼ା କିଲୋମିଟର ପିଛା ୭୦ ପଇସାରୁ ୭୨ ପଇସା, ଏକ୍ସପ୍ରେସ୍‌ ବସ ଭଡ଼ା ୭୩ରୁ ୭୫ ପଇସା, ଡିଲକ୍ସ ବସ୍‌ ଭଡ଼ା ଏକ ଟଙ୍କା ୧ ପଇସାରୁ ୧ ଟଙ୍କା ୫ ପଇସା ଓ ଏସି ଡିଲକ୍ସ ୧ ଟଙ୍କା ୨୩ ପଇସାରୁ ୧ ଟଙ୍କା ୨୭ ପଇସାକୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ଘରୋଇ ବସ ସଂଘର ସମ୍ପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି। ତୈଳ ଦର ବୃଦ୍ଧି ‌େଯାଗୁ ଗତ ୧୬ ତାରିଖରେ ବସ୍‌ ଭଡ଼ାରେ ବୃଦ୍ଧି କରାଯାଇଥିଲା।

ସମ୍ବନ୍ଧିତ ଖବର