ବସ୍‌ଭଡ଼ା ବଢ଼ିଲା, ଏଣିକି ଯାତ୍ରୀଙ୍କୁ ଦେବାକୁ ପଡ଼ିବ ଅଧିକ ଟଙ୍କା

ଭୁବନେଶ୍ବର: ତୈଳ ଦର ଲଗାତାର ବୃଦ୍ଧି କାରଣରୁ ରାଜ୍ୟରେ ଘରୋଇ ଯାତ୍ରୀ ବସ୍‌ଭଡ଼ା ବୃଦ୍ଧି କରାଯାଇଛି। ବସଭଡ଼ା କାରଣରୁ ଏଣିକ ଯାତ୍ରୀମାନଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ। ଯାତ୍ରୀମାନଙ୍କୁ ସାଧାରଣ ବସ୍ ଭଡା କିଲୋମିଟର ପିଛା ୮୭ରୁ ୯୦ ପଇସା ଦେବାକୁ ପଡ଼ିବ । ସେହିପରି ଏକ୍ସପ୍ରେସ୍ ବସ ଭଡା କିଲୋମିଟର ପିଛା ୯୧ରୁ ୯୪ ପଇସାକୁ ବୃଦ୍ଧି ପାଇଛି । ତା ସହିତ ଡିଲକ୍ସ ବସ ଭଡା ୧ଟଙ୍କା ୨୫ ପଇସାରୁ ୧ ଟଙ୍କା ୩୧ ପଇସାକୁ ବୃଦ୍ଧି ପାଇଛି ଓ ଏସି ଡିଲକ୍ସ ଭଡା ୧ ଟଙ୍କା ୫୩ ପଇସାରୁ ୧ଟଙ୍କା ୫୯ ପଇସାକୁ ବୃଦ୍ଧି ପାଇଛି । ଅନ୍ୟପଟେ ସୁପର ପ୍ରିମିୟମ ଭଡା ୨ ଟଙ୍କା ୩୮ ପଇସାରୁ ୨ ଟଙ୍କା ୪୭ ପଇସାକୁ ବୃଦ୍ଧି ପାଇଛି ।

ସୂଚନାଯୋଗ୍ୟ ଯେ, ତେଲ ଦର ଲଗାତାର ବୃଦ୍ଧି ହେଉଛି।  ଆଜି ପୁଣି ବଢ଼ିଛି ପେଟ୍ରୋଲ ଓ ଡିଜେଲ୍ ଦର । ଦେଶରେ ଆଜି ପେଟ୍ରୋଲ ଓ ଡିଜେଲ୍ ଦର ଲିଟର୍ ପିଛା ୮୦ ପଇସା ବୃଦ୍ଧି ପାଇଛି । ଭୁବନେଶ୍ୱରରେ ପେଟ୍ରୋଲ୍ ଦର ଲିଟର୍ ପିଛା ୮୬ ପଇସା ଓ ଡିଜେଲ୍ ଲିଟର୍ ପିଛା ୮୫ ପଇସା ବୃଦ୍ଧି ପାଇଛି । ଭୁବନେଶ୍ୱରରେ ଏବେ ପେଟ୍ରୋଲ୍ ଲିଟର୍ ୧୦୮ ଟଙ୍କା ୬୫ ପଇସା ଏବଂ ଡିଜେଲ୍ ଲିଟର୍ ୯୮ ଟଙ୍କା ୪୨ ପଇସାରେ ପହଞ୍ଚିଛି । ଗତ ୧୦ ଦିନରେ ୯ ଥର ବଢ଼ିଲାଣି ତୈଳ ଦର । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଯୋଗୁଁ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟ ବୃଦ୍ଧି ପାଉଛି । ଯାହାର ସିଧାସଳଖ ପ୍ରଭାବ ଜନସାଧାରଣଙ୍କ ପକେଟ୍ ଉପରେ ପଡ଼ିଛି । ଆଗକୁ ମଧ୍ୟ ପେଟ୍ରୋଲ ଓ ଡିଜେଲ୍ ଦର ଆହୁରି ବୃଦ୍ଧି ପାଇବ ବୋଲି ବିଶେଷଜ୍ଞମାନେ କହିଛନ୍ତି

ସମ୍ବନ୍ଧିତ ଖବର