ବଢ଼ିଲା ବସ ଭଡ଼ା, ଏଣିକି କେତେ ଟଙ୍କା ଅଧିକ ଦେବେ ଜାଣନ୍ତୁ

ଭୁବନେଶ୍ୱର:  ଇରାନ୍ ଉପରେ ଆମେରିକାର ଆକ୍ରମଣ ଯୋଗୁଁ ଅନ୍ତର୍ଜାତୀୟ ବଜାରରେ ତୈଳଦର ବୃଦ୍ଧିର ପ୍ରଭାବ ପଡ଼ିଛି ଓଡ଼ିଶାରେ।  ଘରୋଇ ବସ ଭଡ଼ା ବୃଦ୍ଧି ପାଇଛି | ସାଧାରଣ(ଅର୍ଡିନାରି) ବସ ପାଇଁ ଭଡ଼ା କିଲୋମିଟର ପିଛା ୧ ପଇସା ପାଇଁ ବଢିଥିବା ବେଳେ ଏକ୍ସପ୍ରେସ୍ ବସ ପାଇଁ ମଧ୍ୟ କିଲୋମିଟର ପିଛା ସେହି ୧ ପଇସା ବଢିଛି | ସେହିପରି ଡିଲକ୍ସ ବସ ପାଇଁ କିଲୋମିଟର ପିଛା ୨ ପଇସା ବଢିଥିବା ବେଳେ ଏସି ଡିଲକ୍ସ ବସ ପାଇଁ ମଧ୍ୟ କିଲୋମିଟର ପିଛା ୨ ପଇସା ବୃଦ୍ଧି ପାଇଛି।

www.telegraphindia.com

ଅଟୋମେଟିକ ମେକାନିଜିମ (ସ୍ୱୟଂକ୍ରିୟ ବ୍ୟବସ୍ଥା) ଅନୁଯାୟୀ ବସ ଭଡ଼ା ବଢ଼ିଥିବା ଜଣାପଡ଼ିଛି | ଡିଜେଲ ମୂଲ୍ୟ ଦିନକୁ ଦିନ ବଢୁଥିବା ବେଳେ ଆମେରିକା-ଇରାନ ମଧ୍ୟରେ ଲାଗିଥିବା ଶୀତଳ ଯୁଦ୍ଧ ପାଇଁ  ଅନ୍ତର୍ଜାତୀୟ ବଜାରରେ ତୈଳଦର ବଢ଼ିବା ହେତୁ  ଡିଜେଲ-ପେଟ୍ରୋଲ ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି | ଏହାକୁ ଆଧାର କରି ବସ ଭଡ଼ା ମଧ୍ୟ ବଢ଼ିଥିବାର ପରିବହନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି |

ଏଠାରେ ସୂଚନା ଥାଉ କି ଅର୍ଡିନାରି ବସ ଭଡ଼ା ପୂର୍ବରୁ କିଲୋମିଟର ପିଛା ୬୯ ପଇସା ଥିବାବେଳେ ଏବେ ୭୦ ପଇସାରେ ପହଂଚିଛି | ଏକ୍ସପ୍ରେସ ବସ ଭଡ଼ା କିଲୋମିଟର ପିଛା ୭୨ ପଇସା ଥିବା ବେଳେ ୭୩ ପଇସା ହୋଇଛି | ଡିଲକ୍ସ ବସ ଭଡ଼ା କିଲୋମିଟର ପିଛା ୯୯ ପଇସା ଥିବାବେଳେ ୧ ଟଙ୍କା ୧ ପଇସା ହୋଇଛି | ଏସି ଡିଲକ୍ସ ବସ ଭଡ଼ା କିଲୋମିଟର ପିଛା ୧ ଟଙ୍କା ୨୧ ପଇସା ଥିବାବେଳେ ୧ ଟଙ୍କା ୨୩ ପଇସା ହୋଇଛି |

ସମ୍ବନ୍ଧିତ ଖବର