କମିଲା ବସ୍‌ ଭଡା: ସାଧାରଣ ବସ ଭଡା କିଲୋମିଟର ପିଛା ୨ ପଇସା ହ୍ରାସ

ଭୁବନେଶ୍ୱର: ଯାତ୍ରୀ ବସ୍‌ ଭଡା ହ୍ରାସ ପାଇବା ନେଇ ବୁଧବାର ଘୋଷଣା ହୋଇଛି।  ଏହା ଦ୍ୱାରା ବସରେ ଗମନାଗମନ କରୁଥିବା ଲକ୍ଷାଧିକ ଯାତ୍ରୀ ଉପକୃତ ହେବେ। ରାଜ୍ୟ ସରକାରଙ୍କ ଘୋଷଣା ଅନୁସାରେ ସାଧାରଣ ବସ୍‌ରେ କିଲୋମିଟର ପିଛା ୨ ପଇସା ହ୍ରାସ ପାଇଛି। ସେହିଭଳି ଏକ୍ସପ୍ରେସରେ ଯାତ୍ରୀ ଭଡା ୨ ପଇସା କମ୍‌ ହୋଇଛି।

ରାଜ୍ୟ ପରିବହନ କମିସନରଙ୍କ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ ସାଧାରଣ ବସ ଭଡା କିଲୋମିଟର ପିଛା ୨ ପଇସା କମ ହୋଇ ୭୦ ପଇସାରେ ପହଞ୍ଚିଛି। ପୂର୍ବରୁ କିଲୋମିଟର ପିଛା ୭୨ ପଇସା ଦେବାକୁ ପଡୁଥିଲା। ଏକ୍ସପ୍ରେସ ବସ୍‌ ଭଡା କିଲୋମିଟର ପିଛା ୭୫ ପଇସାରୁ ହ୍ରାସ ପାଇ ୭୩ ପଇସାରେ ପହଞ୍ଚିଛି। ସେହିପରି ଡିଲକ୍ସ ଏବଂ ଏସି ଡିଲକ୍ସର କିଲୋମିଟର ପିଛା ଯଥାକ୍ରମେ ୧୦୫ ପଇସାରୁ ୧୦୧ ପଇସା ଏବଂ ୧୨୭ ପଇସାରୁ ୧୨୩ ପଇସାରେ ପହଞ୍ଚିଛି।

ରାଜ୍ୟର ଲକ୍ଷାଧିକ ଲୋକ ଦୈନିକ ଗମନାଗମନ ପାଇଁ ବସ ଉପରେ ନିର୍ଭର କରୁଛନ୍ତି। ରାଜ୍ୟ ସରକାରଙ୍କ ଦ୍ୱାରା ବସଭଡା ହ୍ରାସ କରାଯିବା ପରେ ସାଧାରଣ ଜନତା ବହୁ ଉପକାର ପାଇଁବେ। ରାଜ୍ୟ ସରକାରଙ୍କ ତରଫରୁ ନିଆଯାଇଥିବା ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଉଛି।

ସୂଚନାଯୋଗ୍ୟ ବର୍ତ୍ତମାନ ରାଜ୍ୟରେ ପ୍ରାୟ ୧୭ ହଜାର ଘରୋଇ ବସ ଚାଲୁଛି। ଏଥିରୁ ଅଡିନାରୀ ବସ ସଂଖ୍ୟା ପ୍ରାୟ ୮ ହଜାର ହୋଇଥିବା ବେଳେ ଏକ୍ସପ୍ରେସ ବସ ସଂଖ୍ୟା ହେଉଛି ପାଖାପାଖି ୬୦୦୦। ସେହିଭଳି ରାଜ୍ୟରେ ପ୍ରାୟ ୨୦୦୦ ଡିଲକ୍ସ ବସ୍‌ ଚାଲୁଥିବା ବେଳେ ପାଖାପାଖି ୧୦୦୦ ଏସି ଡିଲକ୍ସ ଚାଲୁଛି।

 

ସମ୍ବନ୍ଧିତ ଖବର