ବସ୍ ଭଡ଼ା ବଢ଼ିଲା

ଭୁବନେଶ୍ବର : ରାଜ୍ୟରେ ବସ୍ ଭଡ଼ା‌ ବୃଦ୍ଧି ହୋଇଛି। ସାଧାରଣ ଓ ଏକ୍ସପ୍ରେସ୍ ବସ୍ ଭଡ଼ା କିଲୋମିଟର ପିଛା ୧ ପଇସା ବୃଦ୍ଧି ପାଇଥିଲା ବେଳେ ଡିଲକ୍ସ ଓ ଏସି ଡିଲକ୍ସ ବସ୍ ଭଡ଼ା କିଲୋମିଟର ପିଛା ୨ ପଇସା ବଢ଼ିଛି। ବର୍ତ୍ତମାନ ଯାତ୍ରୀଙ୍କୁ କିଲୋମିଟର ପିଛା ସାଧାରଣ ବସ୍ ପାଇଁ ୬୯ ପଇସା, ଏକ୍ସପ୍ରେସ୍ ବସ୍ ପାଇଁ ୭୨ ପଇସା, ଡିଲକ୍ସ ବସ୍ ପାଇଁ ୯୯ ପଇସା ଓ ଏସି ଡିଲକ୍ସ ପାଇଁ ୧ ଟଙ୍କା ୨୧ ପଇସା ଦେବାକୁ ପଡ଼ିବ।

ସମ୍ବନ୍ଧିତ ଖବର