ମାଲକାନଗିରି: ମାଲକାନଗିରି ସୀମାନ୍ତରେ ପୁଣି ନକ୍ସଲ ହିଂସା ଦେଖିବାକୁ ମିଳିଛି। ଆଜି ନକ୍ସଲଙ୍କ ପକ୍ଷରୁ ବନ୍ଦ ପାଳନ କରାଯାଉଥିବାବେଳେ ବନ୍ଦକୁ ନେଇ ନକ୍ସଲ ହିଂସାତ୍ମକ ହୋଇପଡିଛନ୍ତି। ଗତକାଲି ରାତିରେ ସୀମାନ୍ତ ତେଲେଙ୍ଗାନାର ଚିନ୍ତୁର ଥାନା ଅନ୍ତର୍ଗତ କତୁର ଗ୍ରାମ ନିକଟରେ ନବରଙ୍ଗପୁରରୁ ହାଇଦ୍ରାବାଦ ଯାଉଥିବା ବସକୁ ନକ୍ସଲ ନିଆଁ ଲଗାଇ ପୋଡି ଦେଇଛନ୍ତି। ବସ ପୋଡିବା ପରେ ନକ୍ସଲମାନେ ପୋଷ୍ଟର ସହ ଲିଫଲେଟ ଛାଡ଼ି ଚାଲିଯାଇଛନ୍ତି |
/sambad/media/post_attachments/wp-content/uploads/2022/04/76baffe4-02d6-4823-8b7b-2180e36083dc-e1650858399665.jpg)
ସୂଚନା ମୁତାବକ ଗତକାଲି ରାତିରେ ଶତାଧିକ ନକ୍ସଲ କଣ୍ଟା ଏବଂ କତୁର ଗ୍ରାମ ମଧ୍ୟରେ ରହିଥିବା ଜଙ୍ଗଲରୁ ବାହାରି ରାସ୍ତା ଅବରୋଧ କରିଥିଲେ। ରାସ୍ତାର ଦୁଇପଟେ ବହୁ ଗାଡି ଅଟକି ରହିଥିଲା। ତେବେ କେଭିଆର ନାମକ ଘରୋଇ ବସ କିନ୍ତୁ ଆଗକୁ ବଢିବାକୁ ଚେଷ୍ଟା କରିଥିଲା ।
/sambad/media/post_attachments/wp-content/uploads/2022/04/de7254c7-5f1e-476d-993c-eae8f0dc440c.jpg)
ଯାହାଫଳରେ ନକ୍ସଲ ରାଗିଯାଇ ବସଟିକୁ ନିଆଁ ଲଗାଇ ପୋଡି ଦେଇଥିଲେ। ସମସ୍ତ ଯାତ୍ରୀଙ୍କୁ ଓହ୍ଲାଇବାକୁ ଧମକ ଦେବା ପରେ ବସରେ ନିଆଁ ଲଗାଇ ଦେଇଥିଲେ।ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି। ଚିନ୍ତୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/Naxals-Burn-Fire-on-Bus_Thumbnail.jpg)