ଭୁବନେଶ୍ୱର ରାସ୍ତା ଉପରେ ଜଳିଗଲା ବସ, ବସ ମାଲିକଙ୍କୁ ନେଇ ଆସିଲା ସଙ୍ଗୀନ ତଥ୍ୟ

ଦେଖନ୍ତୁ ଭିଡିଓ

ଭୁବନେଶ୍ୱର: ରାଜଧାନୀ ରାସ୍ତା ଉପରେ ଜଳିଗଲା ବସ । ଭୁବନେଶ୍ୱରର ଶହୀଦନଗର ରାସ୍ତା ଉପରେ ଠିଆ ହୋଇଥିବା ବସରେ ଭୟଙ୍କର ନିଆଁ ଲାଗିଥିବା ଦେଖିବାକୁ ମିଳିଛି । ତେବେ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀ ପହଁଚି ନିଆଁକୁ ଆୟତ୍ତ କରିଛନ୍ତି । ମିଳିଥିବା ସୂଚନା ମୁତାବକ ବସ୍ ନମ୍ବର – କେଏ ୦୧ ଡି ୫୧୮୦ରେ ଆଜି ଦିନ ୨ଟା ସମୟରେ ହଠାତ ଧୂଆଁ ବାହାରିଥିଲା | ଏହା ପରେ ନିଆଁ ଜଳୁଥିବାର ଦେଖିବାକୁ ମିଳିଥିଲା ଓ କିଛି ସମୟ ମଧ୍ୟରେ ବସଟି ଜଳିଯାଇଥିଲା |

ସ୍ଥାନୀୟ ଲୋକ ନିଆଁ ଲାଗିବା ଦେଖି ଅଗ୍ନିଶମ ବାହିନୀକୁ ଫୋନ କରିଥିଲେ | ଅଗ୍ନିଶମ କର୍ମଚାରୀମାନେ ନିଆଁ ଲିଭାଇବାରେ ସଫଳ ହୋଇଛନ୍ତି | ତେବେ କେଉଁ କାରଣ ପାଇଁ ବସରେ ନିଆଁ ଲାଗିଲା ତାହା ଜଣାପଡ଼ିନଥିବାବେଳେ ବସ ମାଲିକଙ୍କୁ ନେଇ ପ୍ରତ୍ୟକ୍ଷଦର୍ଶୀ ସଙ୍ଗୀନ ତଥ୍ୟ ଦେଇଛନ୍ତି |

ସ୍ଥାନୀୟ ଲୋକଙ୍କ କହିବା ମୁତାବକ ୩ ବର୍ଷ ତଳେ କେହି ଜଣେ ଅଜଣା ବ୍ୟକ୍ତି ବସଟିକୁ ଆଣି ଶହୀଦନଗରର ଏହି ସ୍ଥାନରେ ରଖି ଫେରାର ହୋଇଯାଇଥିଲେ | ସେହିଦିନଠାରୁ ପରିତ୍ୟକ୍ତ ଅବସ୍ଥାରେ ବସଟି ପଡ଼ିରହିଛି | ରେଜିଷ୍ଟ୍ରେସନ ନମ୍ବରରୁ ବସଟି କର୍ଣ୍ଣାଟକ ରାଜ୍ୟର ବୋଲି ଜଣାପଡିଛି |

ସମ୍ବନ୍ଧିତ ଖବର