ବାଟରେ ପ୍ରବାସୀଙ୍କୁ ଓହ୍ଲାଇବା, ଉଠାଇବା ମନା

ଷ୍ଟେସନ୍‌ରୁ ପ୍ରବାସୀଙ୍କୁ ନେଇ ସିଧା ସଙ୍ଗରୋଧ କେନ୍ଦ୍ର ଯିବ ବସ୍‌, ନିୟମ ନ ମାନିଲେ କଠୋର କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର : ଷ୍ଟେସନ୍‌ରୁ କେଉଁ ବସ୍‌ କେଉଁ ପ୍ରବାସୀଙ୍କୁ ନେଇ କେଉଁ ଜିଲ୍ଲାର ସଙ୍ଗରୋଧ କେନ୍ଦ୍ରରେ ପହଞ୍ଚିବ, ତାହା ପୂର୍ବରୁ ସ୍ଥିର ହେଉଛି। ତେଣୁ କୌଣସି ପରିସ୍ଥିତିରେ ପ୍ରବାସୀଙ୍କୁ ବାଟରେ ବସ୍‌ରୁ ଓହ୍ଲାଯିବ ନାହିଁ କି ଉଠାଯିବ ନାହିଁ। ଏହାକୁ ନ ମାନିଲେ ବସ୍‌ ଡ୍ରାଇଭର୍‌, ହେଲ୍‌ପର୍‌ ଓ ନୋଡାଲ୍‌ ଅଫିସର୍‌ଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଆଜି ଏହି ପ୍ରସଙ୍ଗରେ ସମସ୍ତଙ୍କ ଜିଲ୍ଲାପାଳଙ୍କୁ ଏସ୍‌୍ଆର୍‌ସି ପି କେ ଜେନା ଚିଠି ଲେଖି ଜଣାଇଛନ୍ତି।

ବର୍ତ୍ତମାନର ବ୍ୟବସ୍ଥା ଅନୁଯାୟୀ ଜିଲ୍ଲା ପ୍ରଶାସନ ବସ୍ ଭଡ଼ାରେ ଆଣୁଛନ୍ତି। ଯେଉଁ ଷ୍ଟେସନ୍‌ରେ ପ୍ରବାସୀମାନେ ଓହ୍ଲାଇବା ପାଇଁ ଧାର୍ଯ୍ୟ ହେଉଛି, ସେଠାକୁ ଜଣେ ନୋଡାଲ୍‌ ଅଫିସର୍‌ଙ୍କ ସହ ଜିଲ୍ଲା ପ୍ରଶାସନ ବସ୍‌ ପଠାଉଛି। ସେଠାରୁ ସଂପୃକ୍ତ ଜିଲ୍ଲାର ପ୍ରବାସୀମାନଙ୍କୁ ନେଇ ବସ୍‌ ସେହି ଜିଲ୍ଲାର ନିର୍ଦ୍ଦିଷ୍ଟ ସଙ୍ଗରୋଧ କେନ୍ଦ୍ର କିମ୍ବା ଅସ୍ଥାୟୀ ମେଡିକାଲ୍‌ ଶିବିରକୁ ଯାଉଛି। କିନ୍ତୁ କିଛି ବସ୍‌ ଯାତ୍ରୀଙ୍କୁ ରାସ୍ତା ମଝିରେ ଓହ୍ଲାଇ ଦେଉଥିବାର ଦେଖିବାକୁ ମିଳିଛି। ଏହା ଦ୍ବାରା ପ୍ରଶାସନ ସେମାନଙ୍କୁ ପୁଣି ଚିହ୍ନଟ କରିବାରେ ଅସୁବିଧାରେ ପଡ଼ୁଛି। ସ୍ଥାନୀୟ ଲୋକମାନେ ମଧ୍ୟ ଏଥି ପାଇଁ ସମସ୍ୟାରେ ପଡ଼ୁଛନ୍ତି। ଏହାକୁ ନଜରରେ ରଖି ଏସ୍‌ଆର୍‌ସି ଶ୍ରୀ ଜେନା ଆଜି ଜିଲ୍ଲାପାଳମାନଙ୍କୁ ଏହି ଚିଠି ଲେଖିଛନ୍ତି।

ଚିଠିରେ ଦର୍ଶାଯାଇଛି, ଏଣିକି ନୋଡାଲ୍‌ ଅଫିସର୍‌ଙ୍କ ଦ୍ବାରା ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କୁ ହିଁ ବସ୍‌ ଡ୍ରାଇଭର୍‌ ଷ୍ଟେସନ୍‌ରୁ ଉଠାଇବେ। ସେମାନଙ୍କୁ ଷ୍ଟେସନ୍‌ରୁ ଆଣି ସିଧା ସେମାନଙ୍କ ପାଇଁ ଜିଲ୍ଲାରେ ଉଦ୍ଦିଷ୍ଟ ସଙ୍ଗରୋଧ କେନ୍ଦ୍ରରେ ପହଞ୍ଚାଇବେ। ସେମାନେ ବାଟରେ ଯାତ୍ରୀଙ୍କୁ ଓହ୍ଲାଇପାରିବେ ନାହିଁ କି ଉଠାଇପାରିବେ ନାହିଁ। ଯଦି ଏହାକୁ ଉଲ୍ଲଂଘନ କରିବେ, ତେବେ ଉଭୟ ଡ୍ରାଇଭର୍‌ ଓ ଯାତ୍ରୀଙ୍କ ଦାୟିତ୍ବରେ ଥିବା ବ୍ୟକ୍ତିଙ୍କ ବିରୋଧ‌େର କାର୍ଯ୍ୟାନୁଷ୍ଠାନ ହେବ। ଡ୍ରା‌ଇଭର୍‌ଙ୍କ ଲାଇସେନ୍ସ ବାତିଲ୍‌ ସହ ଅପରାଧିକ ମାମଲା ରୁଜୁ ହେବ। ଷ୍ଟେସନ୍‌ରୁ ପ୍ରବାସୀଙ୍କୁ ନେଇ ନିଜ ନିଜ ଜିଲ୍ଲାର ସଙ୍ଗରୋଧ କେନ୍ଦ୍ରରେ ପହଞ୍ଚାଇବା ହେଉଛି ନୋଡାଲ୍‌ ଅଫିସର୍‌ଙ୍କ କାମ। ଅନ୍ୟ ଜିଲ୍ଲାର ‌େଲାକ ଯେପରି ଷ୍ଟେସନ୍‌ରେ ବସ୍‌ରେ ନ ଉଠନ୍ତି ଓ ବାଟରେ ବି ନ ଉଠନ୍ତି, ତାହାକୁ ନୋଡାଲ୍‌ ଅଫିସର୍‌ ନିଶ୍ଚିତ କରିବେ। ଏହି କାମ ଠିକ୍ ଭାବେ ନ କଲେ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ‌େବାଲି ଏସ୍‌ଆର୍‌ସି ଚେତାବନୀ ଦେଇଛନ୍ତି। ଯେହେତୁ ପ୍ରବାସୀଙ୍କୁ ନେଇ ଆଗକୁ ଅଧିକ ସଂଖ୍ୟାରେୁ ସ୍ବତନ୍ତ୍ର ଟ୍ରେନ୍ ଆସିବ, ତେଣୁ ଏହାକୁ ଗୁରୁତର ସହ ଗ୍ରହଣ କରିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର