ଜୟପୁର: ସଂପ୍ରତି ସ୍ବାମୀ ଆୟାପ୍ପାଙ୍କ ବ୍ରତ ଆରମ୍ଭ ହୋଇଛି। ଏଥିରେ ଯୁବବର୍ଗରୁ ଆରମ୍ଭ କରି ବିଭିନ୍ନ ବୟସ ବର୍ଗର ଲୋକେ ସ୍ବାମୀ ଆୟାପ୍ପାଙ୍କ ପୂଜା ଅର୍ଚ୍ଚନା ଓ ବ୍ରତ ଆରମ୍ଭ କରିଛନ୍ତି। କିଛି ବ୍ରତଧାରୀ ଭକ୍ତ ପୁରୁଣାଗଡ଼ସ୍ଥ ସ୍ବାମୀ ଆୟାପ୍ପା ମନ୍ଦିରରେ ଏହି ପୂଜା କରୁଥିବା ବେଳେ ଆଉ କିଛି ବ୍ରତଧାରୀ ଭକ୍ତ ମାନେ ଏକତ୍ର ହୋଇ ବିଭିନ୍ନ ନୂଆ ନୂଆ ଘରେ ସାନ୍ନିଧ୍ୟମ୍ ସ୍ଥାପନ କରି ପୂଜା କରି ଆସୁଛନ୍ତି। ଏମାନେ କେରଳର ସାବରୀମାଳା ଯାଇ ସେଠାରେ ସ୍ବାମୀ ଆୟାପ୍ପାଙ୍କ ଦର୍ଶନ କରିବା ପରେ ବ୍ରତ ସମାପନ କରିବେ। ବହୁ ଗରିବ ବ୍ରତଧାରୀ ବ୍ରତ କରୁଥିବାରୁ ଯିବା ଆସିବା ଗସ୍ତ ଖର୍ଚ୍ଚ ଅଧିକା ହେଉଛି। ଖର୍ଚ୍ଚକୁ ଦୃଷ୍ଟିରେ ରଖି ବହୁ ଭକ୍ତ ଇଛା ଥିଲେ ମଧ୍ୟ ଏହି ବ୍ରତ କରି ପାରୁନାହାନ୍ତି। ଏହାକୁ ଦୃଷ୍ଟିରେ ରଖି ପଡୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶ , ତେଲେଙ୍ଗନା ସ୍ବତନ୍ତ୍ର ବସ ଚଳାଇବା ଆରମ୍ଭ କରିଛି। ସେଭଳି ରାଜ୍ୟସରକାର ଏହି ଭକ୍ତ ମାନଙ୍କ ପାଇଁ ସ୍ବତନ୍ତ୍ର ଭାବେ ବସ ପକାଇଲେ ବହୁ ଭକ୍ତ ଉପକୃତ ହୋଇ ପାରିବେ ବୋଲି ବ୍ରତଧାରୀ ଭକ୍ତ ମାନେ ଅନୁରୋଧ କରିଛନ୍ତି।
କୋରାପୁଟରୁ ସାବରୀମାଳାକୁ ସରକାରୀ ବସ ଚଳାଚଳକୁ ନେଇ ଅନୁରୋଧ କଲେ ଭକ୍ତ
ସ୍ବାମୀ ଆୟାପ୍ପା ବ୍ରତ ଆରମ୍ଭ
/sambad/media/post_attachments/wp-content/uploads/2022/10/jpr-swamy-ayappa.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)