୭ ଜଣ ଯାତ୍ରୀ ନେଇ ଭଦ୍ରକରୁ ଖଣ୍ଡିଏ ବସ୍ ଗଲା ଭୁବନେଶ୍ୱର

ଭଦ୍ରକ: ରାଜ୍ୟ ସରକାରଙ୍କ ସହ ଘରୋଇ ବସ୍ ମାଲିକମାନେ ଆଲୋଚନା କରିବା ପରେ ଆଜି ବସ୍ ସେବା ଆରମ୍ଭ ହୋଇଛି। ଭଦ୍ରକର ବନ୍ତଛକ ବସ ଷ୍ଟପ୍ ଠାରୁ ଖଣ୍ଡିଏ ବସ୍ ବହୁ ସମୟ ଅପେକ୍ଷା କରିବା ପରେ ମାତ୍ର ୭ ଜଣ ଯାତ୍ରୀଙ୍କୁ ନେଇ ଭଦ୍ରକରୁ ଭୁବନେଶ୍ୱର ଯାତ୍ରା କରିଛି। ସକାଳ ୭ଟା ବେଳେ ଏକ ଘରୋଇ ବସ୍ ଭଦ୍ରକର ବନ୍ତଛକ ବସଷ୍ଟାଣ୍ଡରେ ଲାଗିଥିଲା। ଏଇ ବର୍ଷ ଆସି ପହଞ୍ଚିବା ପରେ ଷ୍ଟାଣ୍ଡରେ କେହି ଲୋକ ଭୁବନେଶ୍ବର କିମ୍ବା କଟକ ଯିବାକୁ ଆସି ନଥିଲେ। ବସ୍ ବାଧ୍ୟ ହୋଇ ସକାଳ ୯ ଟା ପର୍ଯ୍ୟନ୍ତ ସେଠାରେ ଅପେକ୍ଷା କରି ରହିଲା।

ବନ୍ତଛକରୁ ମାତ୍ର ୭ ଜଣ ଯାତ୍ରୀ ନେଇ ଭୁବନେଶ୍ବର ଅଭିମୁଖେ ବାହାରିଥିଲା। ଏଇ ବସରେ ରାସ୍ତାରୁ ପାଣିକୋଇଲି ଆଉ ୬ ଜଣ ଯାତ୍ରୀଙ୍କୁ ଉଠାଇ ମୋଟ ୧୩ ଜଣ ଯାତ୍ରୀଙ୍କୁ ନେଇ ଯାଇଥିଲେ। ଆଜି ପ୍ରଥମ ଦିନ ହୋଇଥିବାରୁ ଲୋକମାନେ ଭୁବନେଶ୍ୱର କିମ୍ବା କଟକ ଯିବାକୁ ଆସି ନଥିଲେ। ସକାଳେ ମଧ୍ୟ ପାଗ ଠିକ୍ ନଥିଲା। ସକାଳୁ ସକାଳୁ ବର୍ଷା ହେବା ଫଳରେ ମଧ୍ୟ ଯାତ୍ରୀ ଅଧିକ ସଂଖ୍ୟାରେ ଆସିପାରି ନଥିଲେ। ଏ ସଂପର୍କରେ ଭଦ୍ରକ ବସ୍ ସିଣ୍ଡିକେଟ୍ ପକ୍ଷରୁ ସବୁ ବସ୍ ମାଲିକଙ୍କର କଥା ବାର୍ତ୍ତର ହୋଇଛି। ଆସନ୍ତା ଜୁନ୍ ୧ ଓ ୨ ତାରିଖଠାରୁ ଅଧିକାଂଶ ବସ ଚାଲିବାର ସମ୍ଭାବନା ରହିଛି ବୋଲି କହିଛନ୍ତି ଭଦ୍ରକ ବସ୍ ସିଣ୍ଡିକେଟର କର୍ମକର୍ତ୍ତା ହେମନ୍ତ ପାଢୀ।

ଭଦ୍ରକ ବସ୍ ସିଣ୍ଡିକେଟ ଅଧୀନରେ ରହିଛି ୨୨୫ ଖଣ୍ଡ ବସ୍ । ଏଇ ବସ୍ ମାଲିକମାନେ ଭଦ୍ରକ ବସ ସିଣ୍ଡଇକେଟ ମାଧ୍ୟମରେ ସେମାନଙ୍କର ବସ୍ ଚଳାଚଳ କରିନ୍ତି। ସେହିପରି ବାସୁଦେବପୁର ବସ୍ ଆସୋସିଏସନରେ ୩୬ ଖଣ୍ଡ ବସ୍ ରହିଛି। ଏଇ ଦୁଇଟି ବସ୍ ଆସୋସିଏସନ ଜରିଆରେ ଜିଲ୍ଲାରେ ମୋଟ ୨୬୧ ଖଣ୍ଡ ବସ୍ ରାଜ୍ୟର ବିଭିନ୍ନ ସ୍ଥାନକୁ ଚଳାଚଳ କରୁଛି। କରୋନା କଟକଣା ପାଇଁ ହୋଇଥିବା ଲକ୍ ଡାଉନ୍ ଚଳିତ ମାସ ୩୦ ତାରିଖରେ ଉଠିଯିବା ପରେ ସରକାରୀ କଟକଣା ଆଗାମୀ ଦିନ ପାଇଁ କଣ ରହିବ। ତାହା ଉପରେ ଯାତ୍ରୀମାନଙ୍କର ଯାତାୟତ ନେଇ ଯାହା କିଛି ଜଣାପଡିବ। ଯାତ୍ରୀ ସଂଖ୍ୟା ନବଢିଲେ ବସ୍ ଚଳାଚଳ କରିବା ଉପରେ ମାଲିକମାନେ ନିର୍ଭର କରିପାରୁ ନାହାନ୍ତି। ତଥାପି ଭଦ୍ରକ ବସ୍ ସିଣ୍ଡିକେଟ ଆଶା ରଖିଛି ଆସନ୍ତା ୧ ତାରିଖ ବେଳକୁ ବସ୍ ଚଳାଚଳ ସ୍ବାଭାବିକ ହୋଇଥିବ ବୋଲି କହନ୍ତି ଭଦ୍ରକ ବସ୍ ସିଣ୍ଡିକେଟର କର୍ମକର୍ତ୍ତା ଶ୍ରୀନିବାସ ପତି।

ସମ୍ବନ୍ଧିତ ଖବର