ଓଜେଇଇ ଛାତ୍ରଛାତ୍ରୀଙ୍କୁ ନେଇ ଆସୁଥିବା ବସ୍‌ ତପ୍ତପାଣି ଘାଟିରେ ଦୁର୍ଘଟଣାଗ୍ରସ୍ତ, ୨୫ ଆହତ

ଭୁବନେଶ୍ୱର: ଗଜପତି ଜିଲ୍ଲାରୁ ଓଜେଇଇ ପରୀକ୍ଷାର୍ଥୀଙ୍କୁ ନେଇ ଖୋର୍ଦ୍ଧା ଆସୁଥିବା ଏକ  ବସ୍ ମୋହନା‌ ତପ୍ତପାଣି ଘାଟିରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ପ୍ରାୟ ୨୫ ଜଣ ଛାତ୍ରଛାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ଏମଧ୍ୟରୁ ୧୦ ଜଣଙ୍କର ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ସମସ୍ତ ଆହତ ଛାତ୍ରଛାତ୍ରୀଙ୍କୁ ଗଂଜାମ ଜିଲ୍ଲାର ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ ଗଜପତି ଜିଲ୍ଲାର ରାମଗିରି, ଉଦୟଗିରି, ଜିରାଙ୍ଗ ଅଂଳଚରୁ ଛାତ୍ରଛାତ୍ରୀମାନେ ଖୋର୍ଦ୍ଧାରେ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଦେବାକୁ ଆଜି ସନ୍ଧ୍ୟାରେ ବାହାରିଥିଲେ। କିନ୍ତୁ ବସଟି ସାନଖେମୁଣ୍ଡି ନିକଟସ୍ଥ ତପ୍ତପାଣି ଘାଟିରେ ଭାରସାମ୍ୟ ହରାଇଥିଲା। ପାଳୁଖୋଳା ନିକଟରେ ବସ ୟୁ ଟର୍ଣ୍ଣ ନେବା ସମୟରେ ଓଲଟି ପଡ଼ିଥିଲା। ଏହା ପରେ ସମସ୍ତ ଆହତ ଛାତ୍ରଛାତ୍ରୀମାନଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ସଂପର୍କରେ ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଂଚିଛି। ବସ୍‌ରେ ପ୍ରାୟ ୪୫ ଜଣ ଛାତ୍ରଛାତ୍ରୀ ଥିଲେ। ଗତ ଜାନୁଆରିରେ ବସ୍ ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଥିଲେ।

ସମ୍ବନ୍ଧିତ ଖବର