ପୁଣି ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍‌, ୧୫ ଯାତ୍ରୀ ଆହତ

ବାଲିଗୁଡ଼ା/ଭୁବନେଶ୍ବର: କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଅଞ୍ଚଳରେ ଆଜି ସନ୍ଧ୍ୟାରେ ଭାରସାମ୍ୟ ହରାଇ ଘାଟିରେ ଏକ ଯାତ୍ରୀବାହୀ ବସ୍‌ ଓଲଟିଛି। ବସ୍‌ରେ ଥିବା ୧୫ ଜଣ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ ୩ ଜଣ ଯାତ୍ରୀ ଗୁରୁତର ଅଛନ୍ତି। ସୂଚନା ଅନୁସାରେ ବାଲିଗୁଡାରୁ ବୁଡାଗୁଡା ଯାଉ ଥିବା ବେଳେ ଡଲାବାଲି ଘାଟିରେ ୧୫ ଫୁଟ ତଳକୁ ବସ୍‌ଟି ଖସି ପଡ଼ିଥିଲା। ବସରେ ୨୫ରୁ ଅଧିକ ଯାତ୍ରୀ ରହିଥିଲେ। ୧୫ ଜଣ ଆହତ ୩ ଜଣ ଯାତ୍ରୀ ଗୁରୁତର ହୋଇଥିବା ଜଣାପଡିଛି। ଆହତ ଓ ଗୁରୁତରଙ୍କୁ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ଏହା ପୂର୍ବରୁ ମଧ୍ୟ କନ୍ଧମାଳ ଜିଲ୍ଲା କଳିଙ୍ଗା ଘାଟିରେ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି।

ସୂଚନାଯୋଗ୍ୟ, ଦୁଇ ଦିନ ପୂର୍ବରୁ ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଅନ୍ତର୍ଗତ ବରସୁଆଁ ନିକଟରେ ‌ଘରୋଇ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ରାଉରକେଲାରୁ କ‌େନ୍ଦୁଝର ଜିଲ୍ଲା ବଡ଼ବିଲକୁ ଯାଉଥିବା ଘରୋଇ ଯାତ୍ରୀଵାହୀ ବସ୍‌ ସଦ୍ଦାମ ବସାସୁଆଁ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ବସରେ ବସିଥିବା ଯାତ୍ରୀଙ୍କ ମଧ୍ୟରୁ ୧୫ ଜଣ ଆହତ ହୋଇଥିଲେ। ଆହତମାନଙ୍କୁ ଟେନସାସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ସମସ୍ତେ ସୁସ୍ଥ ହୋଇ ଘରକୁ ଯାଇଥିଲେ।

ସମ୍ବନ୍ଧିତ ଖବର