ରାଉରକେଲା: ଭାରସାମ୍ୟ ହରାଇ ଯାତ୍ରୀବାହୀ ବସ୍‌ ଓଲଟିଛି। ଆଜି ଅପରାହ୍‌ଣରେ ଘଟିଥିବା ଏହି ଦୁର୍ଘଟଣାରେ ୨୦ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା-କଳୁଙ୍ଗା ରାସ୍ତାରେ ଏହି ଦୁର୍ଘଟଣା ଘଟିଛି।

Advertisment

ସୂଚନା ଅନୁସାରେ ଆଜି ଅପରାହ୍‌ଣରେ ଯାତ୍ରୀବାହୀ ଘରୋଇ ଯାତ୍ରୀବାହୀ ବସ୍‌ (ଓଆର ୧୬ସି ୫୧୪୫) ପ୍ରାୟ ୪୦ ଜଣ ଯାତ୍ରୀଙ୍କୁ ନେଇ ରାଉରକେଲା ଠାରୁ କଳୁଙ୍ଗା ବାଲଣ୍ଡା ଯାଉଥିଲା। କଳୁଙ୍ଗା ଛକ ନିକଟରେରେ ବସ୍‌(ରଙ୍ଗୋଲି)ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ। ଆହତମାନଙ୍କ ମଧ୍ୟରେ ମହିଳା ଓ ଶିଶୁମାନେ ମଧ୍ୟ ଥିଲେ। ସୂଚନା ପାଇ ଅଗ୍ନିଶମ ବାହିନୀ ଓ ପୁଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଥିଲେ। ସ୍ଥାନୀୟ ଲୋକମାନଙ୍କ ସହା‌ୟତାରେ ଯାତ୍ରୀମାଙ୍କୁ ଉଦ୍ଧାର କରାଯାଇ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବ୍ରାହ୍ମଣୀ ତରଙ୍ଗ ପୁଲିସ ଦୁର୍ଘଟଣାଗ୍ରସ୍ତ ବସ୍‌କୁ ଜବତ କରି ତଦନ୍ତ ଆରମ୍ଭ କରିଛି।