ପାରଳାଖେମୁଣ୍ଡି/ ବ୍ରହ୍ମପୁର : ବୁଧବାର ପାହାନ୍ତାରେ ଗଞ୍ଜାମ ଜିଲ୍ଲାର ତପ୍ତପାଣି ଘାଟିରେ ଏକ ଯାତ୍ରୀବାହୀ ବସ୍ ଓଲଟି ପଡ଼ିବାରୁ ଅନ୍ୟୂନ ୮ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି ଓ ୪୦ରୁ ଅଧିକ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ୪ ଏବଂ ମେଡିକାଲରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେବେ ମୃତକଙ୍କ ମଧ୍ୟରୁ ଦୁଇ ଜଣ ମହିଳାଙ୍କର ପରିଚୟ ମିଳିଛି, ସେମାନେ ହେଉଛନ୍ତି ଘୁନୁ ବେହେରା (୫୦) ଓ ବିଦ୍ୟୁତ ନାୟକ (୪୦)।
/sambad/media/post_attachments/wp-content/uploads/2020/01/taptapani.jpg)
ରାୟଗଡ଼ାର କାଶୀପୁରରୁ ବ୍ରହ୍ମପୁର ଅଭିମୁଖେ ଯାତ୍ରା କରୁଥିବା ଘରୋଇ ଯାତ୍ରୀବାହୀ ବସ୍ ‘ସାଇଶ୍ରୀ’ ରାତି ପ୍ରାୟ ୩ଟା ବେଳେ ମୋହନା ବ୍ଲକ୍ ଅନ୍ତର୍ଗତ ତପ୍ତପାଣି ଘାଟିରେ ଯାଉଥିବା ବେଳେ ଏହି ଅଘଟଣ ଘଟିଛି। ପ୍ରବଳ କୁହୁଡ଼ି ଯୋଗୁଁ ରାସ୍ତା ଅସ୍ପଷ୍ଟ ହୋଇଯାଇଥିବା କାରଣରୁ ବସ୍ଟି ଘାଟିରୁ ତଳକୁ ଖସି ପଡ଼ିଥିବା କଥା କୁହାଯାଉଛି।
/sambad/media/post_attachments/wp-content/uploads/2020/01/taptapani1-300x169.jpg)
ଘଟଣାସ୍ଥଳରେ ଦିଗପହଣ୍ଡି ଅଗ୍ନିଶମ ବାହିନୀ ଏବଂ ମୋହନା ବ୍ଲକ୍ ପ୍ରଶାସନ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। ଚିକିତ୍ସା ନିମନ୍ତେ ଆହତମାନଙ୍କୁ ଆମ୍ବୁଲାନ୍ସ୍ ଯୋଗେ ନିଆଯାଇ ଦିଗପହଣ୍ଡି ଏବଂ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସେପଟେ ଦୁର୍ଘଟଣାଗ୍ରସ୍ତ ବସ ତଳେ ଏବେ ବି ଅନେକ ଯାତ୍ରୀ ଜୀବିତ ରହିଥିବା ଖବର ମିଳୁଛି । ଗ୍ୟାସ କଟରରେ ବସର ଡୋର କାଟି ଆହତମାନଙ୍କୁ ବାହାରକୁ ଉଦ୍ଧାର କରାଯାଉଛି ।
![]()
ବସ୍ରେ ପ୍ରାୟ ୪୫ ଜଣ ଯାତ୍ରୀ ଥିବା କଥା କୁହାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/Bus-Accident_People-Dies_Thumbnail.jpg)