ଆସନ୍ତା ୧୧ ତାରିଖରୁ କଟକରୁ ଭୁବନେଶ୍ବର ଆସୁଥିବା ସରକାରୀ କର୍ମଚାରୀଙ୍କ ପାଇଁ ଆରମ୍ଭ ହେବ ବସ୍‌ ସେବା

ଭୁବନେଶ୍ବର : ସରକାରୀ କର୍ମଚାରୀଙ୍କ ପାଇଁ ଆରମ୍ଭ ହେବ ବସ୍‌ ସେବା। ଆସନ୍ତା ୧୧ ତାରିଖରୁ କଟକରୁ ଭୁବନେଶ୍ବର ଆସୁଥିବା ସରକାରୀ କର୍ମଚାରୀଙ୍କ ପାଇଁ ଓଡ଼ିଶା ସଡ଼କ ପରିବହନ ନିଗମ ପକ୍ଷରୁ ଓଏସ୍‌ଆର୍‌ଟିସି ବସ୍‌ ସେବା ଆରମ୍ଭ କରାଯିବ। ଏଥିପାଇଁ ଯାତ୍ରୀ ପିଛା ୩୦ ଟଙ୍କା ଭଡ଼ା ଧାର୍ଯ୍ୟ କରାଯାଇଛି। ପରିବହନ ବିଭାଗର ଏହି ପ୍ରସ୍ତାବକୁ ବିଭାଗୀୟ ମନ୍ତ୍ରୀ ପଦ୍ମନାଭ ବେହେରା ଅନୁମୋଦନ କରିଛନ୍ତି। ସାମାଜିକ ଦୂରତା ରକ୍ଷା କରି ପରିବହନ ସେବା ଆରମ୍ଭ କରିବାକୁ ସରକାର ପ୍ରାଥମିକ ସ୍ତରରେ ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର