ଭୁବନେଶ୍ବର: ଜୁଲାଇ ୧୬ ତାରିଖରେ ଆଂଶିକ ତାଲାବନ୍ଦର ଅବଧି ଶେଷ ହେଉଛି। ତେଣୁ ଆଜି ସାଢ଼େ ଦୁଇଟା ବେଳେ ରାଜ୍ୟରେ କୋଭିଡ ସ୍ଥିତି ନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ପ୍ରେସମିଟ କରି ଅଗଷ୍ଟ ୧ ଯାଏଁ ଆଂଶିକ ଲକଡାଉନ ଜାରି ରହିବ ବୋଲି ସୂଚନା ଦେଇଛନ୍ତି।
ସରକାର ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। କରୋନା କଟକଣାକୁ ଦୃଷ୍ଟିରେ ରଖି ‘ଏ’ କାଟାଗୋରୀରେ ଥିବା ୨୦ଟି ଜିଲ୍ଲାରେ ମଧ୍ୟରେ ବସ୍ ଚଳାଚଳ କରୁଥିବା ବେଳେ ଆସନ୍ତା କାଲି ଠାରୁ ସମସ୍ତ ଜିଲ୍ଲାରୁ ଜିଲ୍ଲାକୁ ବସ୍ ଚଳାଚଳ କରିବ। ତେବେ ବସରେ ଯେତିକି ସିଟ ରହିଥିବ ସେତିକି ଲୋକଙ୍କୁ ନେଇ କୋଭିଡ କଟକଣା ମାନି ବସ୍ ଚଳାଚଳ କରିବ।
/sambad/media/post_attachments/wp-content/uploads/2021/07/odisha-bus-1589277865-300x169.jpg)
India TV News
ସେହିପରି ଆନ୍ତଃରାଜ୍ୟକୁ ବସ୍ ଚଳାଚଳ କରି ପାରିବ ନାହିଁ। ଅନ୍ୟ ରାଜ୍ୟକୁ ବସ୍ ଯିବ ନାହିଁ କି ବାହାର ରାଜ୍ୟରୁ କୌଣସି ବସ୍ ଓଡ଼ିଶାରେ ପ୍ରବେଶ କରି ପାରିବ ନାହିଁ। ଏଥିସହିତ ପୁରୀରେ ରଥଯାତ୍ରା ଚାଲୁଥିବାରୁ ଜୁଲାଇ ୨୫ପର୍ଯ୍ୟନ୍ତ ପୁରୀକୁ ବସ୍ ଚଳାଚଳ ହେବ ନାହିଁ। ଏହି ସମୟ ମଧ୍ୟରେ ପୁରୀ୍କୁ କୌଣସି ବସ୍ ଯିବାର ଅନୁମତି ନଥିବା ବେଳେ ପୁରୀରୁ ବି କୌଣସି ବସ୍ ଆସିବ ନାହିଁ।
କରୋନା କାଳରେ ଜୀବନ ଓ ଜୀବିକା ଦୁଇଟି ମଧ୍ୟରେ ସରକାର ସମନ୍ନୟ ରଖିବାକୁ ଚେଷ୍ଟା କରୁଛନ୍ତି। ତେଣୁ ଜନସାଧାରଣ ବି ଏତିପ୍ରତି ସମର୍ଥନ କରିବା ଉଚିତ। ରାଜ୍ୟରେ ଏବେବି ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିନାହିଁ। ଏଥିପାଇଁ ରାଜ୍ୟ ସରକାର କଟକଣା ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି।