କୋଇଡ଼ା : ସୁନ୍ଦରଗଡ଼ ଜିଲ୍ଲାର ଖଣିଜ ସମ୍ପଦଭରା କୋଇଡ଼ା ଅଞ୍ଚଳରେ ଯାତ୍ରୀ ପରିବହନ ବ୍ୟବସ୍ଥା ଅତ୍ୟନ୍ତ ଶୋଚନୀୟ। ଏଥିଯୋଗୁ ଏକ ଯାତ୍ରୀବାହି ବସ୍କୁ ଜଙ୍ଗଲରେ ୧୨ ଘଣ୍ଟାଧରି ଅଟକି ରହିବାକୁ ପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ଭୁବନେଶ୍ବରରୁ କୋଇଡ଼ା ଯା’ଆସ କରୁଥିବା ଦ୍ରୁତଗାମୀ ବସ୍ ପ୍ରତ୍ୟେକ ଦିନ ଭୋର୍ ୪ଟାରେ କୋଇଡ଼ାରେ ପହଞ୍ଚେ। ଆଜି ଏକ ବସ୍ ଅପରାହ୍ଣ ୪ଟାରେ କୋଇଡ଼ାରେ ପହଞ୍ଚିଥିଲା। ଭୁବନେଶ୍ବରରୁ କୋଇଡ଼ା ଆସୁଥିବା ୫୦ରୁ ଅଧିକ ଯାତ୍ରୀ ପ୍ରାୟ ୧୨ ଘଣ୍ଟା ଧରି ଜଙ୍ଗଲ ଭିତରେ ଅଟକି ରହିଥିଲେ। ରାସ୍ତା ଜାମ୍ ଯୋଗୁଁ ଗାଡ଼ି ଆଗକୁ ବଢି ପାରିନଥିଲା। ପିଲାଛୁଆ ଧରି ଘରକୁ ଫେରୁଥିବା ଯାତ୍ରୀମାନେ ଅକଥନୀୟ ଦୁର୍ଦ୍ଦଶା ଭୋଗିଥିଲେ। ପିଇବା ପାଣି ପାଇଁ ମଧ୍ୟ ସେମାନେ କେତେ ଡହଳବିକଳ ହୋଇଥିଲେ।
ଜାମ୍ ପାଇଁ ଜଙ୍ଗଲରେ ୧୨ ଘଣ୍ଟା ଅଟକି ରହିଲା ବସ୍
/sambad/media/post_attachments/wp-content/uploads/2019/08/bus-f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)